ବିନା ସୂଚନା ଫଳକରେ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ନିର୍ମାଣ, ଅବଧି ପରେ ବି ସରୁନି କାର୍ଯ୍ୟ

add-all

ନୟାଗଡ଼,୫/୭(ନିସର୍ତ୍ତ): ସରକାର ସ୍ବାସ୍ଥ୍ୟ ସେବାକୁ ଲୋକ ମାନଙ୍କ ପାଖରେ ସହଜ ରେ ପହଞ୍ଚାଇବା ପାଇଁ ପ୍ରତି ଗ୍ରାମ ପଞ୍ଚାୟତରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ନିର୍ମାଣ କରୁଛନ୍ତି । ସେହି କ୍ରମରେ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ୍ ତଦାରଖ ରେ ଚମ୍ପାପେଡି ଠାରେ ଏକ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । କିନ୍ତୁ ବିଭାଗୀୟ ଯନ୍ତ୍ରୀଙ୍କ ଅଣଦେଖା ଯୋଗୁଁ ଠିକା ସଂସ୍ଥା ନିର୍ମାଣ ଅବଧି ଭିତରେ କାମ ନକରି ବିନା ସୂଚନା ଫଳକରେ ନିମ୍ନମାନର କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି | ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ୍ ଚମ୍ପାପେଡ଼ି ଗ୍ରାମ ପଞ୍ଚାୟତରେ ବିନା ସୂଚନା ଫଳକରେ ଚାଲିଛି ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର | ଅବଧି ଶେଷ ହୋଇଥିଲେ ମଧ୍ୟ କଚ୍ଛପ ଗତିରେ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି। କାର୍ଯ୍ୟ ତଦାରଖ କରୁଥିବା ରଣପୁର ବ୍ଲକ୍ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ୍ ଯନ୍ତ୍ରୀ ସୁଶୀଲ ସେଠୀ କହିଛନ୍ତି ଯେ,ଚମ୍ପାପେଡ଼ି ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରର ନିର୍ମାଣ ଅବଧି ଶେଷ ହୋଇଗଲାଣି। ନିମ୍ନମାନର କାର୍ଯ୍ୟ ଓ ସୂଚନା ଫଳକ କଥା ମୁଁ ରଣପୁର ଗଲେ ବୁଝିବି | ବିଭାଗୀୟ ଉଚ୍ଚ ଅଧିକାରୀ ଏଥିପ୍ରତି ଦୃଷ୍ଟିଦେବାକୁ ପଞ୍ଚାୟତବାସୀ ଅନୁରୋଧ କରିଛନ୍ତି।

ad-week
Leave A Reply

Your email address will not be published.