ଓଡ଼ଗାଁ ବନାଞ୍ଚଳ କାର୍ଯ୍ୟାଳୟ ତରଫରୁ ବନ ମହୋତ୍ସବ

add-all


ନୟାଗଡ଼: ନୟାଗଡ଼ ଜିଲ୍ଲା ବନଖଣ୍ଡ ଓଡ଼ଗାଁ ବନାଞ୍ଚଳ ଓଡ଼ଗାଁ ସେକ୍ସନର କୁମ୍ଭିଆପଲ୍ଲୀ ଠାରେ ୩.୨୭ ହେକ୍ଟର ରାଜସ୍ୱ ସମତଳ ଜମିରେ ସହରାଞ୍ଚଳ ବୃକ୍ଷ ରୋପଣ ଯୋଜନା ମାଧ୍ୟମରେ ୩୦୦୦ ଚାରା ରୋପଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ୭୭ ତମ ବନମହୋତ୍ସବ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ମାଧ୍ୟମରେ ୭୦୦ ଚାରା ରୋପଣ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲ୍ଲା ପରିଷଦ ସଭ୍ୟ ବିରଜା ଲକ୍ଷ୍ମୀ ସାହୁ, ତହସିଲଦାର ଡ ମାନସ ରଞ୍ଜନ ଭୋଇ, ବିଡ଼ିଓ ପ୍ରୀତିବାଳା ରଣା, ଆଇଆଇସି ସତ୍ୟ ନାରାୟଣ ବାରିକ, ପ୍ରକୃତି ବନ୍ଧୁ ପ୍ରଫୁଲ୍ଲ ମାଝୀ, ଭାବଗ୍ରାହୀ ମହାପାତ୍ର, ରଙ୍ଗଣି ପାଟଣା ସରପଞ୍ଚ ସସ୍ମିତା ପାତ୍ର ଅତିଥି ସମୂହ ଯୋଗଦେଇ ସାମୁହିକ ଚାରା ରୋପଣ କରିଥିଲେ ।ପୂଜକଙ୍କ ଦ୍ୱାରା ପ୍ରଥମେ ଭୂମି ପୂଜନ କରାଯାଇ ବୃକ୍ଷ ଦେବତାଙ୍କୁ ପୂଜା କରାଯାଇ ବୃକ୍ଷ ରୋପଣ କରାଯାଇଥିଲା।ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକଙ୍କ ପରିଚାଳନାରେ ବାନପାଳ ସରିତା ବରାଳଙ୍କ ସହିତ ବନରକ୍ଷୀ ଓ ସ୍କ୍ୱାର୍ଡ ଦଳ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.