ବିଦେଶରୁ ନିଜ ଗାଁ ମାଟିକୁ ଫେରିଲା ଦାଦନ ଓଡ଼ିଆ ଶ୍ରମିକର ମୃତ ଦେହ

add-all

ନୟାଗଡ଼ (ନିସର୍ତ୍ତ): ବିଦେଶରୁ ନିଜ ଗାଁ ମାଟିକୁ ଫେରିଲା ଓଡିଆ ଦାଦନ ଶ୍ରମିକର ମୃତ ଦେହ l ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମର ସନ୍ତୋଷ କୁମାର ପ୍ରଧାନ ନିଜର ପରିବାର ପ୍ରତିପୋଷଣ ପାଇଁ ଦୀର୍ଘ ଦିନ ହେବ ୟୁଏଇ ଯାଇ ସେଠାରେ ନିର୍ମାଣ ଶ୍ରମିକ ରୂପେ କାର୍ଯ୍ୟ କରୁଥିଲେ l ହଠାତ ସେଠାରେ ତାଙ୍କର ଦେହ ଖରାପ ଦେବାରୁ ମୃତ୍ୟୁ ବରଣ କରିଥିଲେ l ପରିବାରର ଆର୍ଥିକ ସ୍ଥିତି ଭଲ ନଥିବା ବେଳେ ବିଦେଶ ମାଟିରୁ ମୃତଦେହ ଫେରେଇ ଆଣିବା ପାଇଁ ବୈଦେଶିକ ମନ୍ତ୍ରାଳୟ ଓ ଦୂତାବାସ ସହ ଯୋଗାଯୋଗ ଭଳି ଅନେକ ଜଟିଳ ଆଇନଗତ ପ୍ରକ୍ରିୟା ଶୋକସନ୍ତପ୍ତ ପରିବାର ପାଇଁ ଏକ ବଡ଼ ଚିନ୍ତା ପାଲଟିଥିଲା। କିନ୍ତୁ ଏଭଳି ଦୁଃଖଦ ସମୟରେ ପରିବାର ସହ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଠିଆ ହୋଇଛନ୍ତି । ସନ୍ତୋଷଙ୍କ ବିୟୋଗ ବିଷୟରେ ଜାଣିବା ପରେ ବାଚସ୍ପତି ବ୍ୟକ୍ତିଗତ ଭାବେ ତତ୍ପରତା ପ୍ରକାଶ କରିଥିଲେ। ସେ ପ୍ରଶାସନିକ ସ୍ତରରେ ଉଚ୍ଚପଦସ୍ଥ ଅଧିକାରୀ ଓ ଦୂତାବାସ ସହ ଆଲୋଚନା କରି ସମସ୍ତ ଆଇନଗତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ମୃତଦେହକୁ ଓଡ଼ିଶା ଫେରାଇ ଆଣିବା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି l ତେବେ ସୋମବାର ରାତ୍ର ସମୟରେ ସନ୍ତୋଷଙ୍କ ମୃତ ଦେହ ନିଜ ଜନ୍ମ ମାଟିରେ ପହଁଚି ଥିଲା । ସନ୍ତୋଷଙ୍କ ମୃତ୍ୟରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ସରକାରୀ ସହାୟତା ଯୋଗାଇଦେବା ପାଇଁ ସାଧାରଣରେ ଦାବି ହୋଇଛି l

ad-week
Leave A Reply

Your email address will not be published.