
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଓଡ଼ଗାଁ ରଘୁନାଥ ମନ୍ଦିର ସରକାରୀ ସୁବିଧା କେନ୍ଦ୍ର ଠାରେ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଅଛି। ଜୁନ ୨୩ ତାରିଖରୁ ଜୁଲାଇ ୬ ପାଳନ ପକ୍ଷର ଅନ୍ତିମ ସନ୍ଧ୍ୟାରେ ସୁଶାନ୍ତ କୁମାର ସାହୁ, ଅଚ୍ୟୁତ ପଣ୍ଡାଙ୍କ ଉଦ୍ୟମରେ ଜନ୍ମ ବାର୍ଷିକୀ ପାଳନ ଅବସରରେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆତ୍ମଜୀବନୀ ଉପରେ ଆଲୋକପାତ କରିବା ସହିତ ଜନ ସଂଘରୁ ଜନତା ଦଳ ଏବଂ ପରେ ଭାରତୀୟ ଜନତା ପାର୍ଟି ଗଠନ ଇତିହାସକୁ ଆଲୋକପାତ କରାଯାଇଥିଲା।
ଜଗନ୍ନାଥ ପାଣିଗ୍ରାହୀ, ରାଜେଶ ସେଠୀ, ହିମାଦ୍ରି ମହାରଣା, ସୁଶିଲ ସେନାପତି, କବିରାଜ ପଣ୍ଡା, ସୀମାଞ୍ଚଳ ଅଚାରୀ, ପଞ୍ଚାନନ ବୈଠାରୁ,କାର୍ତ୍ତିକ ପଣ୍ଡା, ସତ୍ୟ ନାରାୟଣ ପାତ୍ର, ସାମି ସାହୁ, କୃଷ୍ଣଚନ୍ଦ୍ର ବରାଡ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମ ଶେଷରେ କାର୍ତ୍ତିକ ପଣ୍ଡା ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।
