ଆସିକାରେ ଲଜ୍ ଓ ହୋଟେଲ ରେ ସ୍ୱଳ୍ପ ସମୟ ରହଣି ପାଇଁ ହଜାରେ !

add-all

ବିନା ପରିଚୟ ପତ୍ରରେ ରୁମ ମିଳୁଛି…..!

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ସହର ସୁନ୍ଦରୀ ମାନଙ୍କ ପାଇଁ ସ୍ୱର୍ଗ ପାଲଟିଛି। ଆସିକା ରେ ସେକ୍ସ ରେକେଟ ଖୁଲାମ ଖୁଲା ଚାଲିଛି। ଅଧିକାଂଶ ଲର୍ଡ଼ଜ ଓ ହୋଟେଲକୁ କଲେଜ ପଢୁଆ ପୁଅ ଝିଅ ମାନେ କଲେଜ ପୋଷାକ ପରିଧାନ କରି ଯାତାୟାତ ହେଉଥିବା ଦେଖିବାକୁ ମିଳୁଛି। କିଛି ହୋଟେଲ ଓ ଲଜ ଗୁଡିକରେ ମାତ୍ର ୩୦ ମିନେଟ ପାଇଁ ହଜାରେ ଟଙ୍କା ନିଆଯାଉଛି।

ବିନା ଯାଞ୍ଜ ଓ ବିନା ପରିଚୟ ପତ୍ରରେ ଯୁବକ ଯୁବତୀ ମାନଙ୍କୁ ରହଣି ପାଇଁ ସୁଯୋଗ ମିଳୁଥିବା ଯୋଗୁଁ ଭଞ୍ଜନଗର, ବେଲୁଗୁଣ୍ଠା, ବୁଗୁଡ଼ା, ବାଲି ପଦର, ଶେରଗଡ଼, ସୋରଡ଼ା ଓ ପିତ୍ତଳ ଅଞ୍ଚଳର ବହୁ ଯୁବକ ଯୁବତୀ ମାନେ ଖୁଲାମ ଖୁଲା ଯିବା ଆସିବା ଲାଗି ରହୁଛି। ମୁହଁରେ ଓଢଣୀକୁ ଆଳ କରି ଯୁବକ ଯୁବତୀ ମାନେ ସକାଳ ୮ ଘଣ୍ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ହୋଟେଲ ଓ ଲଜ ପାଖରେ ଭିଡ଼ ଜମୁଛି। ପ୍ରଶାସନର ନାକ ତଳେ ଏହି ସେକ୍ସ ରେକେଟ ଚାଲୁଛି। ହୋଟେଲ ଓ ଲଜ ରେ ସାଧାରଣ ଲୋକ ରହିବାକୁ ସୁରକ୍ଷିତ ମଣୁନାହାନ୍ତି। ହୋଟେଲ ଓ ଲଜ କୁ ଯୁବକ ଯୁବତୀ ମାନଙ୍କୁ ଆଣିବା ପାଇଁ ଏଜେଣ୍ଟ ଓ ଦଲାଲ ମାନଙ୍କ ସହାୟତା ନିଆଯାଉଥିବା ଆଲୋଚନା ହେଉଛି। ପ୍ରେମିକ ପ୍ରେମିକାମାନଙ୍କ ପାଇଁ ଆସିକା ସ୍ୱର୍ଗ ପାଲଟିଛି।

ad-week
Leave A Reply

Your email address will not be published.