କୋରାପୁଟ ଜିଲ୍ଲା ଯୋଜନା କମିଟି ବୈଠକରେ ୪,୬୧୨ କୋଟିର ବଜେଟ ସହ ବିଭିନ୍ନ ବିକାଶମୂଳକ ଯୋଜନା ଅନୁମୋଦିତ

add-all

କୋରାପୁଟ: କୋରାପୁଟ ଜିଲ୍ଲାର ୨୨ତମ ଜିଲ୍ଲା ଯୋଜନା କମିଟି (ଡିପିସି) ବୈଠକ ଆଜି ସ୍ଥାନୀୟ ସଦଭାବନା ସଭାଗୃହ, ଡିଏନକେ ସମ୍ମିଳନୀ କକ୍ଷଠାରେ ମାନ୍ୟବର ବିଧାୟକ-ତଥା-ଡିପିସି ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କୋରାପୁଟ ଓ ନବରଙ୍ଗପୁର ଲୋକସଭା ସାଂସଦ, ଜୟପୁର, ପଟ୍ଟାଙ୍ଗି, କୋଟପାଡ଼ ଓ ଲକ୍ଷ୍ମୀପୁରର ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଜିଲ୍ଲା ଯୋଜନା କମିଟିର ସଦସ୍ୟ (ଜିଲ୍ଲା ପରିଷଦ ସଦସ୍ୟ ଓ କାଉନସିଲର), ଜିଲ୍ଲାପାଳ ଓ ଜିଲ୍ଲା ଦଣ୍ଡାଧିକାରୀ, ସିଡିଓ-କମ୍-ଇଓ, ଆଇଏଏସ ପ୍ରୋବେସନର, ଉପନିର୍ଦ୍ଦେଶକ (ଯୋଜନା ଓ ପରିସଂଖ୍ୟାନ), ଡିପିଏମୟୁ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ବୈଠକରେ କେ ବି କେ ବିକାଶ ଯୋଜନା ଅନ୍ତର୍ଗତ ୨୦୨୪-୨୫ ଏବଂ ୨୦୨-୨୬ ଆର୍ଥିକ ବର୍ଷ ପାଇଁ ୧୪ କୋଟି ଟଙ୍କାର ବାର୍ଷିକ କାର୍ଯ୍ୟଯୋଜନାକୁ ଅନୁମୋଦନ କରାଯାଇଛି, ଯେଉଁଥିରେ ମୁଖ୍ୟତଃ ବିଜୁଳି, ସଡ଼କ ଓ ପାନୀୟ ଜଳ କ୍ଷେତ୍ରକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି। ଏହା ସହିତ ୨୦୨୪-୨୫ ବର୍ଷ ପାଇଁ ଜିଲ୍ଲା ଯୋଜନା ଅଧୀନରେ ଥିବା କ୍ରିଟିକାଲ ଗ୍ୟାପ ଫଣ୍ଡ (ସିଜିଏଫ) ବାବଦକୁ ୪ କୋଟି ୧୪ ଲକ୍ଷ ଟଙ୍କାର ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ବୈଠକରେ ଅଧ୍ୟକ୍ଷ ଚଳିତ ରାଜ୍ୟ ବଜେଟରେ କୋରାପୁଟ ଜିଲ୍ଲା ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ବଡ଼ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ସେଥିମଧ୍ୟରେ ପ୍ରାୟ ୯,୦୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ୨୮୭ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ବ୍ରହ୍ମପୁର–ଜୟପୁର ସଂଯୋଗ ପ୍ରକଳ୍ପ, ମେଗା ଲିଫ୍ଟ ଓ ଆଇଏସଏସ ଯୋଜନା ମାଧ୍ୟମରେ ଜଳସେଚନର ସମ୍ପ୍ରସାରଣ ଏବଂ ଜିଲ୍ଲାରେ ଏକ ସ୍ୱତନ୍ତ୍ର ବର୍ଣ୍ଣ ୟୁନିଟ୍ ପ୍ରତିଷ୍ଠା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସାମିଲ ରହିଛି।

ଚଳିତ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ୩.୧୦ ଲକ୍ଷ କୋଟି ଟଙ୍କା ରହିଥିବା ବେଳେ କୋରାପୁଟ ଜିଲ୍ଲା ପାଇଁ ବଜେଟ୍ ବ୍ୟୟବରାଦ ୪,୬୧୨.୭୧ କୋଟି ଟଙ୍କା ରଖାଯାଇଥିବା ସୂଚନା ଦିଆଯାଇଛି। ବୈଠକ ଅବସରରେ ଜିଲ୍ଲା ଯୋଜନା କମିଟିର ସମସ୍ତ ସଦସ୍ୟ ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟସେବା, ପାନୀୟ ଜଳ, ସବୁଦିନିଆ ସଡ଼କ, ସ୍ଥିର ବିଦ୍ୟୁତ୍ ସରବରାହ ଓ ଜୀବିକା ନିର୍ବାହର ଉନ୍ନତି ପାଇଁ ନିଜ ନିଜର ମୂଲ୍ୟବାନ ମତାମତ ଓ ପରାମର୍ଶ ଦେଇଥିଲେ। ଏହା ସହିତ ସରକାରଙ୍କ ‘ଜ୍ଞାନ’ (ଜିୱାଇଏଏନ – ଗରିବ, ଯୁବ, ଅନ୍ନଦାତା, ନାରୀଶକ୍ତି) ବଜେଟ୍ ଅଧୀନରେ ଥିବା ଏମବିପିୱାଇ, ଜିଏମଏମଏସପି, ଭିବିଜି-ରାମ-ଜି, ସିଏମ-କିଷାନ ଏବଂ ସୁଭଦ୍ରା ଯୋଜନା ମାଧ୍ୟମରେ ପ୍ରାଥମିକ କ୍ଷେତ୍ରଗୁଡ଼ିକର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଥିବା ନେଇ ବୈଠକରେ ଅବଗତ କରାଯାଇଛି। ସିଡିଏମ ଏବଂ ପିଏଚଓ କୋରାପୁଟ ସୂଚନା ଦେଇଛନ୍ତି ଯେ, ଜିଲ୍ଲାରେ ବର୍ଣ୍ଣ ୟୁନିଟ୍ ପ୍ରତିଷ୍ଠା ପାଇଁ ରାଜ୍ୟ ବଜେଟରେ ଅନୁମୋଦନ ମିଳିସାରିଛି, ଯାହା ଜିଲ୍ଲାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ। ଶେଷରେ ସମସ୍ତଙ୍କ ସହଯୋଗ ଓ ସଭାପତିଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ବୈଠକର ସାଙ୍ଗ ହୋଇଥିଲା।

ad-week
Leave A Reply

Your email address will not be published.