ମାଲକାନଗିରି ସରକାରୀ ପଲିଟେକ୍ନିକରେ ଜୁଲାଇ ୧ ରୁ ୭ ବନ ମହୋତ୍ସବ ସପ୍ତାହ ପାଳିତ : ୧୦୦ ବୃକ୍ଷ ଚାରା ରୋପଣ

add-all

ମାଲକାନଗିରି : ଜୁଲାଇ ୧ ରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ପାଳିତ ହେଉଥିବା ଜାତୀୟ ବନ ମହୋତ୍ସବ ସପ୍ତାହ ଅବସରରେ ମାଲକାନଗିରି ସରକାରୀ ପଲିଟେକ୍ନିକ ପରିସରରେ ‘ଏକ ପେଡ଼ ମାଁ କେ ନାମ’ ଅଭିଯାନ ଅନ୍ତର୍ଗତ ବନ ମହୋତ୍ସବ କାର୍ଯ୍ୟକ୍ରମ ଅତି ସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଏହି ସପ୍ତାହବ୍ୟାପୀ ପରିବେଶ ସୁରକ୍ଷା ଅଭିଯାନର ସଫଳ ସମାପନ ଅବସରରେ ଏକ ସ୍ୱାଗତ ସଭାର ଆୟୋଜନ କରାଯିବା ସହ କଲେଜ ପରିସରରେ ୧୦୦ଟି ମୂଲ୍ୟବାନ ବୃକ୍ଷ ଚାରା ରୋପଣ କରାଯାଇଛି। ଏହି ସବୁଜ ଅଭିଯାନରେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଲା ଶବର ଏବଂ ପୂର୍ବତନ ଅଧ୍ୟକ୍ଷ ଶ୍ରୀ ପ୍ରୀତିରଞ୍ଜନ ପ୍ରିୟଦର୍ଶୀ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ପରିଚାଳନା କରିଥିଲେ। ଅନୁଷ୍ଠାନର ସେକ୍ସନ ଅଫିସର ଶ୍ରୀ ମାନସ ରଞ୍ଜନ ରାଉତଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଅତିଥି ଭାବେ ସି.ଡି.ଏମ.ଓ ଡାକ୍ତର ଏମ.ଡି. ଆବଦିଦ ହୁସେନ, ବି.ଏସ.ଏଫ ଡେପୁଟି କମାଣ୍ଡାଣ୍ଟ ଶ୍ରୀ ରବିଶଙ୍କର ମିଶ୍ର, ସହକାରୀ ବନ ସଂରକ୍ଷକ ଶ୍ରୀମତୀ ମୁନସୁନ ଖେମୁଣ୍ଡୁ ଓ ଶ୍ରୀ ହେମନ୍ତ ନାୟକ, ମାଲକାନଗିରି ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ମୁଖ୍ୟ ଡକ୍ଟର ରଞ୍ଜନ କୁମାର ସ୍ୱାଇଁ, ରେଞ୍ଜ ଅଫିସର ଶ୍ରୀ ରମେଶ ଚନ୍ଦ୍ର ରାଉତ ଏବଂ ପ୍ରଧାନଶିକ୍ଷକ ଶ୍ରୀ ସୁକାନ୍ତ ସାହୁ ପ୍ରମୁଖ ଯୋଗଦେଇ ନିଜ ନିଜ ମାଆଙ୍କ ନାମରେ ଗୋଟିଏ ଗୋଟିଏ ଚାରା ରୋପଣ କରିବା ସହ ସମାଜକୁ ସବୁଜିମାର ବାର୍ତ୍ତା ଦେଇଥିଲେ। ଏହି ମହତ କାର୍ଯ୍ୟକ୍ରମରେ କଲେଜର ଅନ୍ୟାନ୍ୟ କର୍ମଚାରୀବୃନ୍ଦ, ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଏବଂ ଜନସାଧାରଣ ଉପସ୍ଥିତ ରହି ଏହି ବନ ମହୋତ୍ସବ ସପ୍ତାହକୁ ଏକ ସଫଳ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ସଂକଳ୍ପ ନେଇଥିଲେ।

ad-week
Leave A Reply

Your email address will not be published.