ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତୀର୍କୀଙ୍କ ୩୭ ତମ ଜନ୍ମଦିନ: ରକ୍ତଦାନ ଶିବିର ସହ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୀରମିତ୍ରପୁର (ନିସର୍ତ୍ତ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ବିଧାୟକ ଶ୍ରୀ ରୋହିତ ଜୋସେଫ ତୀର୍କୀଙ୍କ ୩୭ ତମ ଜନ୍ମଦିନ ଅବସରରେ ସହରରେ ଏକାଧିକ ସେବାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବୀରମିତ୍ରପୁର ଟାଉନ ହଲ୍ଠାରେ ଏକ ବୃହତ ରକ୍ତଦାନ ଶିବିର ଓ ଜନ୍ମଦିନ ପାଳନ ଉତ୍ସବର ଆୟୋଜନ କରାଯାଇଥିଲା।
ଅନ୍ୟପଟେ ବୀରମିତ୍ରପୁର ବିଜେଡି କାର୍ଯ୍ୟାଳୟଠାରେ ଅଞ୍ଚଳର ବୁଦ୍ଧିଜୀବୀମାନେ ଏକତ୍ରିତ ହୋଇ କେକ୍ କାଟି ବିଧାୟକଙ୍କ ଦୀର୍ଘାୟୁ କାମନା କରିଥିଲେ। ଏହି ବିଶେଷ ଦିନରେ ବିଧାୟକ ଶ୍ରୀ ତୀର୍କୀ ନିଜେ ‘ବୀରମିତ୍ରପୁର ସହଯୋଗ ଆଶ୍ରମ’ ପରିଦର୍ଶନ କରି ସେଠାକାର ଅନାଥ ପିଲାମାନଙ୍କ ଗହଣରେ କେକ୍ କାଟି ଜନ୍ମଦିନ ପାଳନ କରିବା ସହ ସେମାନଙ୍କ ସହ ସମୟ ବିତାଇଥିଲେ। ଏହା ସହିତ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା।

ଏହି ସମସ୍ତ କାର୍ଯ୍ୟକ୍ରମରେ ବିଧାୟକଙ୍କ ପ୍ରତିନିଧି ଶଶି ସାଗର, ଟାଉନ ସଭାପତି କୁନା ଦେଓ, ଆଇନଗତ ପରାମର୍ଶଦାତା ମହମ୍ମଦ ଏଜାଜ ଆଲମ, ବୀରମିତ୍ରପୁର ମୁନିସିପାଲିଟି ଉପାଧ୍ୟାକ୍ଷା ନିବେଦିତା ବାଗେ, ଏବଂ କୁଆଁରମୁଣ୍ଡା ବ୍ଲକ ଉପାଧ୍ୟାକ୍ଷା ସୁନିତା ଅହିର ପ୍ରମୁଖ ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଗଦୀଶ ଅଗ୍ରୱାଲ, ଗୋପାଳ ସିଂ, ୱାର୍ଡ କାଉନସିଲର: ନିର୍ମଳା କୂଜୁର, ଜ୍ୟୋତି ଲାକ୍ରା, କମଲେଶ ସିଂ, ପ୍ରମୋଦ ବୁଡ଼ା, ଶକିଲ ବାଣ୍ଟି, ସାକିବ, ଜାନୁ, ସୋମନାଥ, ତାରିକ, ବିକ୍ରମ ଓ ରାଜା, ଦଳୀୟ ପଦାଧିକାରୀ: କୁଆଁରମୁଣ୍ଡା ବ୍ଲକ ସଭାପତି ମନୋଜ ଦାସ, ରାଜ୍ୟ ଛାତ୍ର ଉପସଭାପତି ବାବୁ ଖାଁ, ରାଉରକେଲା ଜିଲ୍ଲା ଯୁବ ସଭାପତି ପିଙ୍କୁ ଜୟଶ୍ୱାଳ ଏବଂ ଛାତ୍ର ସଭାପତି ସଞ୍ଜୀତ ଛୋଟରାୟ। ପ୍ରମୁଖ ଉପସ୍ଥିତ ଥିଲେ |
ଏହା ସହିତ ସ୍ଥାନୀୟ ଅଞ୍ଚଳର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଏବଂ ବିଜୁ ଜନତା ଦଳର ଯୁବ, ଛାତ୍ର, ମହିଳା ସଂଗଠନର ବହୁ ସଂଖ୍ୟକ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ବିଧାୟକଙ୍କୁ ଶୁଭେଚ୍ଛା ଜଣାଇବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
