
ନୟାଗଡ଼ (ନିସର୍ତ୍ତ): ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଚ଼ାନ୍ଦପୁର ସ୍ଥିତ ରାଧାମୋହନ ସାହିର ମା’ ତାରାଦେବୀ ଓ ପ୍ରଭୁ ହିତେଶ୍ବର ଦେବଙ୍କ ମନ୍ଦିର ପ୍ରତିଷ୍ଠା ଓ ପୂର୍ଣ୍ଣାହୁତି ଦିବସ ବହୁ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସରକାରଙ୍କ ମାନ୍ୟବର ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥିରାଜ ହରିଚନ୍ଦନ ଯୋଗଦେଇ ପ୍ରଭୁଙ୍କ କୃପା ଲାଭ କରିବା ସହ ଅଞ୍ଚଳବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ନିମନ୍ତେ ପ୍ରାର୍ଥନା କରିଛନ୍ତି।
ସମ୍ମାନିତ ଅତିଥି ଭାବରେ ନୟାଗଡ଼ ଜିଲ୍ଲା ବିଜେପି ସଭାପତି ତାପସ ରଞ୍ଜନ ମାର୍ଥା,ଚ଼ିଲିକା ବ୍ଲକ ସାଂସଦଙ୍କ ପ୍ରତିନିଧି ଦୀନବନ୍ଧୁ ସାହୁଙ୍କ ସମେତ ଦଳୀୟ ବିଜେପି ନେତୃବୃନ୍ଦ , ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଏବଂ ଅନ୍ୟାନ୍ୟ ଅତିଥି ମାନେ ଉପସ୍ଥିତ ରହିଥିଲେ। ଏଥି ସହିତ ସିନେ କଳାକାରଙ୍କୁ ମଧ୍ୟ ଏହି ଉତ୍ସବରେ ଦେଖିବାକୁ ମିଳିଥିଲା । ଏହି ଅବସରରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମହିଳା ମାନଙ୍କୁ ଶାଢ଼ୀ ,ଛତା ଏବଂ ସ୍କୁଲ ପିଲା ମାନଙ୍କୁ ଖାତା ପେନ୍ ଆଦି ବଣ୍ଟନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରା ଯାଇଥିଲା । ଏହି ଭଳି କାର୍ଯ୍ୟ ପାଇଁ ଅଞ୍ଚଳ ବାସୀ ମନ୍ଦିର ଟ୍ରଷ୍ଟ ର କର୍ମକର୍ତ୍ତା ମାନଙ୍କୁ ବେଶ ପ୍ରଶଂସା କରିଥିଲେ ।
