ସେବାର ମୂର୍ତ୍ତିମନ୍ତ ପ୍ରତୀକ ଶିବରାମ : ନିସ୍ଵାର୍ଥପର ସେବାରେ ୧୦ ବର୍ଷ

add-all

ନୟାଗଡ,୧୦/୦୭(ନିସର୍ତ୍ତ) : ଯୁବକମାନେ ଚାହିଁଲେ ସମାଜର ଅନେକ କିଛି ପରିବର୍ତ୍ତନ କରିପାରିବେ l ସେମାନଙ୍କ ଆଗରେ ଅସମ୍ଭବ ଶବ୍ଦ ବହୁ ଦୂର l ଏମିତି କିଛି ଯୁବକ ଆଗକୁ ଆସିଛନ୍ତି ଯେଉଁମାନେ ଅସହାୟ, ନିରାଶ୍ରୟଙ୍କ ମୁହଁରେ ହସ ଟିକିଏ ଫୁଟାଇବା ପାଇଁ ପ୍ରାଣପ୍ରାଣେ ଉଦ୍ୟମରତ l ନିଜ ପକେଟ ଖର୍ଚ୍ଚ ଏବଂ ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ଆର୍ଥିକ ସାହାର୍ଯ୍ୟ ମାଗି ଗରିବଙ୍କୁ ସେବା ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି l ଦିନେ କି ୨ ଦିନ ନୁହେଁ,ବରଂ ଦୀର୍ଘ ୧୦ ବର୍ଷ ଧରି ନୟାଗଡ ଜିଲ୍ଲାରେ ଅସହାୟ ଏବଂ ଦୁଃଖିଙ୍କୁ ସେବା ଯୋଗାଇ ଆସୁଛି “ସେବା ଉତ୍ସବ ସମିତି, ନୟାଗଡ଼ ” l ଏହି ସେବା ଉତ୍ସବର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ହେଉଛନ୍ତି ଯୁବ ଆଇନଜୀବୀ, ସାମ୍ବାଦିକ ତଥା ସମାଜସେବୀ ଶିବରାମ ମହାପାତ୍ର l ବର୍ଷ ତମାମ ନୁହେଁ,ବରଂ ବର୍ଷକୁ ଗୋଟିଏ ମାସ ସେବା ପାଇଁ ନିଜକୁ ସମର୍ପି ଦେଇଛନ୍ତି l ପୂର୍ବରୁ ସେବା ଯୋଗାଇ ଆସୁଥିଲେ ମଧ୍ୟ ଏଭଳି ଅନୁଷ୍ଠାନ ଗଠନ ପ୍ରୟାସକୁ ପୁରିଛି ୧୦ ବର୍ଷ l ଯାହାକୁ ନେଇ ପ୍ରଶଂସାର ସୁଅ ଛୁଟିଛି l

ଶିବରାମ ନୟାଗଡ଼ର ଆଗ୍ରହୀ ଯୁବ ସ୍ଵେଛାସେବୀମାନଙ୍କୁ ଏକାଠି କରି ଗଠନ କରିଛନ୍ତି ଏହି ଅନୁଷ୍ଠାନ l ନୟାଗଡ଼ ଜିଲ୍ଲାର ଅପହଞ୍ଚ ଇଲାକାରେ ପହଞ୍ଚି ଯୋଗାଉଛନ୍ତି ସେବା l ସାଥିରେ ଯୁବ ସ୍ବେଛାସେବୀଙ୍କୁ ନେଇ ପ୍ରତିବର୍ଷ ଦୀର୍ଘ ୧୫ ଦିନ ଧରି ଆୟୋଜନ କରୁଛନ୍ତି ସେବା ଉତ୍ସବ l ଜିଲ୍ଲାର ଯେଉଁ ସବୁ ଅଞ୍ଚଳରେ ପ୍ରଶାସନ ପହଞ୍ଚି ପାରୁନାହିଁ, ସେହି ସବୁ ଅନୁନ୍ନତ ଅଞ୍ଚଳରେ ଗାଁକୁ ଗାଁ ବୁଲି ବସ୍ତ୍ର,ଔଷଧ,ଖାଦ୍ୟ ଆଦି ବଣ୍ଟନ କରୁଛନ୍ତି ସେବା ଉତ୍ସବ ସମିତିର ସ୍ଵେଛାସେବୀ ମାନେ l ପ୍ରଥମେ ନିହାତି ସେବା ପାଇବାକୁ ଯୋଗ୍ୟ ବ୍ୟକ୍ତିଙ୍କ ଏକ ଚିଠା ପ୍ରସ୍ତୁତ କରିଥାନ୍ତି ସ୍ଵେଛାସେବୀ l ସେମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କିଣାଯାଏ ସାମଗ୍ରୀ l ପରେ ଗୋଟିଏ ଗୋଟିଏ ବ୍ଲକ ବୁଲି ଏହାକୁ ବଣ୍ଟନ କରିଥାନ୍ତି l

ଜିଲ୍ଲାର ୮ ଟି ଯାକ ବ୍ଲକରେ ବିଶେଷ କରି ଅପହଞ୍ଚ ଅଞ୍ଚଳରେ କଷ୍ଟସାଧ୍ୟ ଜୀବନ ବିତାଉଥିବା ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ପାଖରେ ପହଞ୍ଚୁଛନ୍ତି ଏହି ଯୁବକମାନେ l ଯେଉଁ ଯାଗାକୁ ଗାଡି କିମ୍ବା ସାଇକେଲ ଯାଇ ପାରୁନାହିଁ,ସେହି ସବୁ ଯାଗାକୁ ଚାଲି ଚାଲି ପହଞ୍ଚି ଯାଆନ୍ତି ଏହି ସ୍ବେଛାସେବୀ ମାନେ l

ବର୍ତ୍ତମାନ ଲୋକ ଦେଖାଣିଆ ସେବାର ଦୃଶ୍ୟ ସୋସିଆଲ ମିଡିଆରେ ଟ୍ରେଣ୍ଡରେ ପରିଣତ ହୋଇଛି l ଠିକ ଏହି ସମୟରେ ଶିବରାମ ଓ ତାଙ୍କ ସାଥି ଯୁବକମାନେ ବାସ୍ତବ ସେବାରେ ନିମଗ୍ନ ହେବା ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି l ଏଭଳି କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ସମସ୍ତେ l

ad-week
Leave A Reply

Your email address will not be published.