ଆଉଟ୍ ସୋର୍ସିଂ କମ୍ପାନୀ ଦ୍ଵାରା ମାଲକାନଗିରି ମୃତ୍ତିକା ପରୀକ୍ଷା ଗବେଷଣାଗାରର କର୍ମଚାରୀମାନଙ୍କୁ ଶୋଷଣ ଅଭିଯୋଗ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଆଉଟ୍ ସୋର୍ସିଂ କମ୍ପାନୀ ମାନଙ୍କ ଦ୍ଵାରା ବିଭିନ୍ନ ସରକାରୀ ସଂସ୍ଥାରେ ନିଯୁକ୍ତି ପାଇଥିବା କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କୁ ନିଯୁକ୍ତି ଦେଇଥିବା ଆଉଟ୍ ସୋର୍ସିଂ କମ୍ପାନୀ ମାନେ, ବିଭିନ୍ନ ଉପାୟରେ ସେମାନଙ୍କୁ ଶୋଷଣ କରୁଛନ୍ତି। ଯଥା: ନିଯୁକ୍ତି ପତ୍ର ପ୍ରଦାନ ସମୟରେ ଲାଞ୍ଚ ମାଗିବା, ନିଯୁକ୍ତି ପତ୍ରରେ ଉଲ୍ଲେଖ ଥିବା ଦରମା ଠାରୁ କମ୍ ଟଙ୍କା ପ୍ରଦାନ କରିବା ଏବଂ ଅନିୟମିତ ଭାବରେ ଦରମା ପ୍ରଦାନ କରିବା,ଇ ପି ଏଫ ଟଙ୍କା ଠିକ୍ ଭାବରେ ପଇଠ ନ କରିବା ଇତ୍ୟାଦି ବିଷୟରେ ଅଧିକାଂଶ ବିଭାଗର କର୍ମଚାରୀ ଅଭିଯୋଗ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି ।

ଠିକ୍ ସମୟରେ ଦରମା ନ ଦେବା ଫଳରେ ଏବଂ ନିର୍ଦ୍ଧାରିତ ଦରମା ଠାରୁ କମ୍ ଦରମା ପ୍ରଦାନ କରାଯାଉଥିବାରୁ, ଏତେ କମ୍ ଟଙ୍କାରେ ପରିବାର ଚଳାଇବା କଷ୍ଟକର ବୋଲି ସେମାନେ କହିଛନ୍ତି ଏବଂ ଏହାଫଳରେ କର୍ମଚାରୀ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ନୁଆ ଦିଲ୍ଲୀ ସ୍ଥିତ ଏଲ ଟି ସି କମାର୍ସିଆଲ କମ୍ପାନୀ ଦ୍ଵାରା, ନିଯୁକ୍ତି ପାଇଥିବା ମାଲକାନଗିରି ମୃତ୍ତିକା ପରୀକ୍ଷା ଗବେଷଣାଗାର ର କର୍ମଚାରୀ ମାନେ, ଆଜି ମାଲକାନଗିରି ବିଧାୟକ ନରସିଂହ ମାଡ଼କାଙ୍କୁ ଭେଟି ଆଉଟ୍ ସୋର୍ସିଂ କମ୍ପାନୀର ଏହି ଶୋଷଣ ବିରୁଦ୍ଧରେ ଅଭିଯୋଗ ଜଣାଇଛନ୍ତି ଏବଂ ଏହାର ସମାଧାନ ପାଇଁ ଗୋଟିଏ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ବିଧାୟକ ଶ୍ରୀ ମାଡ଼କାମି ଏହାର ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି କର୍ମଚାରୀ ମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ad-week
Leave A Reply

Your email address will not be published.