
ନୟାଗଡ଼,୧୧/୦୭(ନିସର୍ତ୍ତ) : ପୋଲିସ ଖାକିରେ ଲାଗିଲା ଦାଗ । ମହିଳା ପ୍ରମରେ ପଡ଼ି ପିଟା ଖାଇଲେ ପୋଲିସ ବାବୁ । ମହାଙ୍ଗା ପଡ଼ିଲା ଚୋରା ପିରତି। ସୂଚନା ମୁତାବକ ରଣପୁର କୋର୍ଟରେ କାର୍ଯ୍ୟରତ ଏ ଏସ ଆଇ ପ୍ରଶାନ୍ତ ପରିଡ଼ା ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ବଡକୁଅ ସାହିରେ ଜଣେ ଭଦ୍ର ବ୍ୟକ୍ତିଙ୍କ ଘରେ କିଛି ମାସ ଭଡ଼ାରେ ରହୁଥିଲେ। କିନ୍ତୁ ଘର ଭଡ଼ା ନଦେଇ କିଛି ମାସ ହେଲା ଅନ୍ୟତ୍ର ନୂଆ କୋର୍ଟ ନିକଟରେ ରହୁଥିଲେ । ଘରେ ରହିବା ସମୟରେ ମହିଳାଙ୍କ ସହିତ ପରିଡ଼ା ବାବୁଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଶୁକ୍ରବାର ବିଳମ୍ବିତ ରାତ୍ର ୨ ଟା ସମୟରେ ବାଡ଼ିପଟୁ ପୋଲିସ ବାବୁ ଉକ୍ତ ମହିଳାଙ୍କ ଘରେ ପଶିଥିଲେ। ପୋଲିସ ବାବୁ ରାତି ୨ଟାରେ ଘରବାଡ଼ି ପଟେ ପଶିବାରୁ ସାହି ବାସୀଙ୍କ ସନ୍ଦେହ ବଢିଥିଲା। ପରେ ମହିଳାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ମହିଳାଙ୍କ ଘରେ ପଶି ପ୍ରେମ ଲୀଳା କରୁଥିବା ବେଳେ ମହିଳା ଓ ପୋଲିସ ବାବୁଙ୍କୁ ଅସଂଯତ ଅବସ୍ଥାରେ ସାହି ବାସିନ୍ଦା ଧରିଥିଲେ ଏବଂ ପୋଲିସ ବାବୁଙ୍କୁ ଧରି ଉତ୍ତମ ମଧମ ଦେଇ ସ୍ଥାନୀୟ ବାସିନ୍ଦା ଅଟକ ରଖି ଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଘର ମାଲିକ ଓ ତାଙ୍କ ପୁଅ ପ୍ରଶାନ୍ତ ପରିଡ଼ାଙ୍କ ମୋବାଇଲରୁ ସେ ପୋଲିସ ବିଭାଗରେ ଚାକିରୀ କରୁଥିବା ସମ୍ଵନ୍ଧରେ ତଥ୍ୟ ପାଇ ତାଙ୍କୁ ଛାଡ଼ିଥିଲେ। ଏହି ଘଟଣା ଏବେ ରଣପୁର ଅଞ୍ଚଳରେ ବେଶ୍ ଚର୍ଚ୍ଚା ର ବିଷୟ ପାଲଟିଛି ।
