ଉମରକୋଟରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର : ୩୩ ଅଭିଯୋଗ ଗ୍ରହଣ, ୩ଟିର ତୁରନ୍ତ ସମାଧାନ

add-all

ଉମରକୋଟ : ନବରଙ୍ଗପୁର ଜିଲ୍ଲାର ଉମରକୋଟ ପୌରପରିଷଦ ସମ୍ମିଳନୀ କକ୍ଷରେ ଆଜି ସୋମବାର ଜିଲ୍ଲାପାଳ ଡ଼. ମହେଶ୍ୱର ସ୍ୱାଇଁ ଏବଂ ଆରକ୍ଷୀ ଅଧିକ୍ଷକ କାଶ୍ୟପ ପାର୍ଥ ଜଗଦୀଶଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ଼. ପ୍ରମୋଦ କୁମାର ପୃଷ୍ଟି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ରଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।
ଶୁଣାଣି ସମୟରେ ପ୍ରାପ୍ତ ଅଭିଯୋଗ ମଧ୍ୟରୁ ଯେଉଁଗୁଡ଼ିକର ତୁରନ୍ତ ସମାଧାନ ସମ୍ଭବ ଥିଲା, ସେଗୁଡ଼ିକର ଘଟଣାସ୍ଥଳରେ ହିଁ ନିଷ୍ପତ୍ତି ନିଆଯାଇଥିଲା। ଅନ୍ୟାନ୍ୟ ଅଭିଯୋଗର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗକୁ ଆବଶ୍ୟକୀୟ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ଆଜିର ଶିବିରରେ ମୋଟ ୩୩ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୨୨ଟି ବ୍ୟକ୍ତିଗତ ଏବଂ ୧୧ଟି ସାମୂହିକ ଅଭିଯୋଗ ରହିଥିଲା। ସେଥିରୁ ୩ଟି ଅଭିଯୋଗର ସମାଧାନ ତୁରନ୍ତ କରାଯାଇଥିବାବେଳେ ଅବଶିଷ୍ଟ ଅଭିଯୋଗଗୁଡ଼ିକୁ ସମ୍ପୃକ୍ତ ବିଭାଗକୁ ପ୍ରେରଣ କରାଯାଇ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ରେଡକ୍ରସ ଫଣ୍ଡରୁ ଜଣେ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା।

ad-week
Leave A Reply

Your email address will not be published.