ପାଠ୍ୟ ପୁସ୍ତକରେ ତ୍ରୁଟି ନେଇ ଶିକ୍ଷାବଞ୍ଚାଅ ଆନ୍ଦୋଳନ ଡାକରା ଦେଲା ବିଜେଡି

add-all

ମାଲକାନଗିରି : ପାଠ୍ୟ ପୁସ୍ତକରେ ତ୍ରୁଟି ନେଇ ଶିକ୍ଷା ବଞ୍ଚାଅ ଆନ୍ଦୋଳନ ଶିକ୍ଷା ବ୍ୟବସ୍ଥା କୁ ଧ୍ୱଂସ କରିବାକୁ ବିଜେପି ସରକାରର ଷଡଯନ୍ତ୍ର ବିରୁଦ୍ଧରେ ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଯୁବ ସଭାପତି ଶ୍ରୀନିବାସ ମୁଦୁଲି ଏବଂ ଜିଲ୍ଲା ଛାତ୍ର ସଭାପତି ସୁବ୍ରତ କୁମାର ଦାସ ଙ୍କ ନେତୃତ୍ବରେ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ମାଲକାନଗିରି ଜିଲ୍ଲା ବିଜୁ ଯୁବ-ଛାତ୍ର ଜନତା ଦଳ ତରଫରୁ ଏକ ବିରାଟ ରାଲି ମାଧ୍ୟମରେ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସହ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ଓ କୁଶ ପୁତ୍ତଳିକା ଦାହ କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟ ପୁସ୍ତକରେ ସାଂଘାତିକ ତ୍ରୁଟି ରହିଛି । କିନ୍ତୁ ବିଜେପି ନିଜ ଦୋଷକୁ ସ୍ୱୀକାର କରି ତ୍ରୁଟିପୂର୍ଣ ପୁସ୍ତକ ପ୍ରତ୍ୟାହାର କରିବାରେ ନାରାଜ ରହିଛି। ଯାହାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଦୃଢ଼ ବିରୋଧ କରି ରାଜ୍ୟବ୍ୟାପୀ ଆନ୍ଦୋଳନ କରୁଛି। ଜାତୀୟ ଶିକ୍ଷା ନୀତି (ଏନଇପି)-୨୦୨୦ ଅନୁସାରେ ୧ମ ରୁ ୮ମ ଶ୍ରେଣୀ ପାଠ୍ୟପୁସ୍ତକରେ ଅଭୂତପୂର୍ବ ବ୍ୟାପକ ତ୍ରୁଟି ରହିଛି । ପାଠ୍ୟ ପୁସ୍ତକ ପ୍ରକାଶ ଆଳରେ ୩୮୦ କୋଟି ମୂଲ୍ୟର ପ୍ରିଣ୍ଟିଂରେ ଦୁର୍ନୀତି ହୋଇଛି । ଉକ୍ତ ଦୁର୍ନୀତି ନେଇ ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ଇସ୍ତଫା ନେଇ ବିଜେଡି ପକ୍ଷରୁ ପୂର୍ବରୁ ବିଭିନ୍ନ ଫୋରମ୍ ଜରିଆରେ ଦାବି କରାଯାଇଛି। ତଦନ୍ତ ଜରିଆରେ ସତ୍ୟ ସର୍ବସମ୍ମୁଖକୁ ଆସିଲେ ଦୋଷୀ ବ୍ୟକ୍ତି, ଅଧିକାରୀ ଓ ଏଜେନ୍ସି ଉପରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ବିଜେଡି ଦାବି କରିଛି । କିନ୍ତୁ ବର୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଆଉ ୨/୩ ମାସ ପରେ ପିଲାଙ୍କ ପରୀକ୍ଷା ରହିଛି । କିନ୍ତୁ ତ୍ରୁଟି ପୂର୍ଣ ପୁସ୍ତକ ପ୍ରତ୍ୟାହାର ହୋଇନି ।

ଏହି ତ୍ରୁଟି ପୂର୍ଣ ପୁସ୍ତକ ପଢି ପରୀକ୍ଷା ଦେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନଷ୍ଟ ହେବ । କିନ୍ତୁ ବିଜେପି ସରକାର ଏଥିପ୍ରତି ଯତ୍ନଶୀଳ ନହୋଇ ପିଲାଙ୍କ ଭବିଷ୍ୟତ ସହ ଖେଳୁଛି। ତତ୍କାଳିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ୫-ଟି ଯୋଜନା ପାଇଁ ଓଡ଼ିଶା ସବୁଠି ପ୍ରଶଂସିତ ହୋଇଥିବା ବେଳେ ଆଜି ତ୍ରୁଟି ପୂର୍ଣ ପୁସ୍ତକ ପାଇଁ ଜାତୀୟ ସ୍ତରରେ ନିନ୍ଦିତ ହେଉଛି । ବିଜେଡି କହିଛି ଯେ, ନୂତନ ଓଡ଼ିଆ ପାଠ୍ୟପୁସ୍ତକରେ ଥିବା ବ୍ୟାପକ ଭୁଲ୍ କେବଳ ପ୍ରଶାସନିକ ଅବହେଳା ନୁହେଁ ବରଂ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଏବଂ ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାଗତ ଭବିଷ୍ୟତ ଉପରେ ସିଧା ଆକ୍ରମଣ। ଏହିପରି ଗମ୍ଭୀର ପ୍ରସଙ୍ଗ ସତ୍ତ୍ବେ ରାଜ୍ୟ ସରକାର, ମନ୍ତ୍ରୀ ଓ ଦାୟୀ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ଏହାର ପ୍ରତିବାଦରେ ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିରାଟ ପ୍ରତିବାଦ ପ୍ରଦର୍ଶନ କରାଯାଉଛି । ରାଜ୍ୟ ସରକାରଙ୍କ ଶିକ୍ଷା ନୀତି ଓ ପାଠ୍ୟପୁସ୍ତକ ବିବାଦରେ ମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଓ ତଦନ୍ତ ନେଇ ଦାବି କରାଯାଇଛି । ଶିକ୍ଷା ସମାଜର ଆଧାର, ପାଠ୍ୟପୁସ୍ତକ ଗୁଣବତ୍ତା ସହ କୌଣସି ବୁଝାମଣା କରାଯିବ ନାହିଁ । ଏହି ପାଠ୍ୟ ପୁସ୍ତକ ଗୁଡ଼ିକ ମୁଦ୍ରଣ ଓ ପ୍ରକାଶନ ପ୍ରକ୍ରିୟାରେ ପ୍ରାୟ ୩୮୦ କୋଟି ଟଙ୍କାର ଗୁରୁତର ଅନିୟମିତତା ଓ ଦୁର୍ନୀତି ଘଟିଛି । ସମଗ୍ର ଘଟଣାର ସତ୍ୟାସତ୍ୟ ଉନ୍ମୋଚନ, ଦୋଷୀ ମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ସିବିଆଇ ତଦନ୍ତ ମଧ୍ୟ ଦାବି କରିଛି। ଏହାସହ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ମୁଦ୍ରଣ ପାଇଁ ଜନସାଧାରଣଙ୍କ ଅର୍ଥରୁ ଖର୍ଚ୍ଚ ହୋଇଥିବା ସମସ୍ତ ଟଙ୍କା ସଂପୃକ୍ତ ଅଧିକାରୀ, ସଂସ୍ଥା ଓ ଦୋଷୀ ବ୍ୟକ୍ତିଙ୍କ ଠାରୁ ଆଦାୟ କରିବାକୁ ଦଳ ଦାବି କରିଛି। ବିଳମ୍ବ ନ କରି ଛାତ୍ରଛାତ୍ରୀଙ୍କୁ ତ୍ରୁଟିମୁକ୍ତ ପାଠ୍ୟପୁସ୍ତକ ଯୋଗାଇବାକୁ ଦାବି କରିଛି। ଏନେଇ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ନୈତିକ ଆଧାରରେ ଇସ୍ତଫା ଦେବା ପାଇଁ ମାଲକାନଗିରି ଜିଲ୍ଲା ବିଜେଡି ଦାବି କରିଛି । ବିଜୁ ଜନତା ଦଳ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥର ସୁରକ୍ଷା, ଓଡ଼ିଆ ଭାଷାର ଗରିମା ସଂରକ୍ଷଣ ଏବଂ ରାଜ୍ୟବାସୀଙ୍କ ଭବିଷ୍ୟତକୁ ପ୍ରଭାବିତ କରୁଥିବା ପ୍ରତ୍ୟେକ ଅବହେଳା ପାଇଁ ଲଢ଼େଇ ଜାରି ରଖୁବ ବୋଲି କହିଛନ୍ତି । ଏନେଇ ଆଗକୁ ପଦକ୍ଷେପ ଗ୍ରହଣ ନକରିଲେ ବିଜେଡି ପକ୍ଷରୁ ଆନ୍ଦୋଳନ ଆହୁରି ତୀବ୍ର କରାଯିବ ବୋଲି କୁହାଯାଇଛି। ଆଜିର ବିକ୍ଷୋଭ ଓ ପ୍ରତିବାଦ ସଭା କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ବରିଷ୍ଠ ନେତା ତଥା ବିଜେଡି ରାଜ୍ୟ ସମ୍ପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ମାଲକାନଗିରି ଜିଲ୍ଲା ମହିଳା ସଭାନେତ୍ରୀ ସମାରି ତାଙ୍ଗୁଲ ,ରାଜ୍ୟ ବିଜୁ ମହିଳା ସମ୍ପାଦିକା ଲକ୍ଷ୍ମୀପ୍ରିୟା ନାୟକ , ମାଲକାନଗିରି ପୌର ପରିଷଦ ଉପାଧ୍ୟକ୍ଷା କବିତା ମହନ୍ତ ,ବିଜେଡି ଉପ ସଭାପତି ପ୍ରଫୁଲ ପଣ୍ଡା ଙ୍କ ସମେତ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ଜିଲ୍ଲା କମ୍ମିଟି ର ସମସ୍ତ ନେତୃମଣ୍ଡଳୀ ବୃନ୍ଦ , ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ରାଜ୍ୟ ପଦାଧିକାରୀ ବୃନ୍ଦ ,ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ବୃନ୍ଦ ,ମାଲକାନଗିରି ଏବଂ ଚିତ୍ରୋକୋଣ୍ଡା ନିର୍ବାଚନ ମଣ୍ଡଳୀର ସମସ୍ତ ନେତୃତ୍ୱ କର୍ମକର୍ତ୍ତା ବୃନ୍ଦ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ / ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ,ସମସ୍ତ ବ୍ଲକ/ନଗର ଅଧ୍ୟକ୍ଷା ଅଧ୍ୟକ୍ଷ, ସମସ୍ତ ବ୍ଲକ/ ନଗର ବିଜେଡି ସଭାପତି , ସମସ୍ତ ସରପଞ୍ଚ /ସମିତି ସଭ୍ୟ ସଭ୍ୟା /ସମସ୍ତ ପଞ୍ଚାୟତ ଓ ଅନ୍ୟାନ୍ୟ ସାମ୍ମୁଖ୍ୟର ନେତୃତ୍ବ ପ୍ରମୁଖ ଓ ଜନ ସାଧାରଣ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.