ଭଉଣୀ ଘରୁ ଚୋରି : ଭାଇ ସହିତ ବଣିଆ ଗିରଫ

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କୋମଣ୍ଡ ନିକଟସ୍ଥ ବାଦଭୂମି ଗ୍ରାମରେ ଭଉଣୀ ଘରୁ ଚୋରି କରିବା ଅଭିଯୋଗରେ ଭାଇ ସହିତ ବଣିଆକୁ ଗିରଫ କରି ଚୋର ଭାଇ ଠାରୁ ଏକ ନୂଆ ମୋବାଇଲ ସହିତ ୨୫ହଜାର ଟଙ୍କା ଜବତ କରାଯିବା ସହିତ ବଣିଆ ଠାରୁ ଚୋରି ହୋଇଥିବା ସୁନା ମାଳି ଜବତ କରାଯାଇଛି ।ସୂଚନା ଅନୁଯାୟୀ କୋମଣ୍ଡ ଗ୍ରାମ ପଞ୍ଚାୟତ ବାଦଭୂମି ଗ୍ରାମର ଧୋବଣୀ ନାୟକ, ସ୍ବାମୀ କୁନା ନାୟକ ଘରେ ନଥିବାର ସୁଯୋଗ ନେଇ ସେହି ଗ୍ରାମରେ ରହୁଥିବା ଧୋବଣୀ ନାୟକଙ୍କ ଭାଇ ଯୁଗଳ ନାୟକ, ଭଉଣୀ ଘରୁ ତାଲା ଭାଙ୍ଗି ଘରୁ ପ୍ରାୟ ୮୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସୁନା ଅଳଙ୍କାର ଚୋରି କରି ନେଇଥିବା ଓଡ଼ଗାଁ ଥାନାରେ କୁନା ନାୟକ ଅଭିଯୋଗ କରିଥିଲେ ।ଓଡ଼ଗାଁ ପୋଲିସ ଘଟଣାର ତଦନ୍ତ କରି ସଂପୃକ୍ତ ଯୁଗଳ ନାୟକକୁ ଓଡ଼ଗାଁରୁ ବସ ଯୋଗେ ଖସି ପଳାଇ ଯାଉଥିବା ବେଳେ ଓଡ଼ଗାଁ ପୋଲିସ ତାକୁ ଗିରଫ କରିଥିଲେ ।ଚୋରି ସୁନା ଅଳଙ୍କାରର ମୂଲ୍ୟ ପ୍ରାୟ ୮୦ ହଜାର ଟଙ୍କା ହୋଇଥିବା ବେଳେ ବଣିଆ ଯୁଗଳକୁ ୫୦ ହଜାର ଟଙ୍କା ଦେଇଥିଲା ।ବଣିଆ ଓ ଚୋରକୁ କୋର୍ଟ ଚାଲାଣ କରାଯାଇଥିଲା ମାତ୍ର ଜାମିନ ଖାରଜ ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ad-week
Leave A Reply

Your email address will not be published.