ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ଦିବସ ଅନୁଷ୍ଠିତ, ତ୍ୟାଗ ଓ କର୍ତ୍ତବ୍ୟ ପରାୟଣର ଉଜ୍ୱଳ ଦୃଷ୍ଟାନ୍ତ ହେଉଛନ୍ତି ଗୋପବନ୍ଧୁ

add-all


ମାଲକାନଗିରି : ମାଲକାନଗିରି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କର୍ଯ୍ୟାଳୟ ପରିସରରେ ଆୟୋଜିତ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ୯୮ ତମ ଶ୍ରାଦ୍ଧ ଉତ୍ସବ ସମାଜ ପ କ୍ଷରୁ ପାଳିତ ହୋଇ ଯାଇଛିା ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଯୋଗ ଦେଇ ଗୋପବନ୍ଧୁ ଦାସଙ୍କ ଜୀବନ ନିଃସ୍ୱାର୍ଥ, ସେବା, ତ୍ୟାଗ, କର୍ତବ୍ୟ ପରାୟଣତା ଏବଂ ମାନବ ପ୍ରେମର ଏକ ଉଜ୍ଲଳ ଦୃଷ୍ଟାନ୍ତ ବୋଲି କହିବା ସହ ତାଙ୍କ ଆଦର୍ଶ ଆଜି ମଧ୍ୟ ସମାଜ ପାଇଁ ପ୍ରେରଣା ଦାୟକା ଆମେ ଯଦି ତାଙ୍କ ଆଦର୍ଶକୁ ଅନୁସରଣ କରିବା ତେବେ ଏକ ସୁନ୍ଦର ଶିକ୍ଷିତ ଓ ସେବା ମୂଳକ ସମାଜ ଗଠନ କରିପାରିବ।। ସେହିପରି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଗୋପବନ୍ଧୁ ଦାସ ଙ୍କ କର୍ତବ୍ୟ ବୋଧ ସେବାଭାବରୁ ଶିକ୍ଷା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲୋ ଶିକ୍ଷାର ପ୍ରସାର କ୍ଷେତ୍ରରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା ଭଳି କିଭଳି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶ ପ୍ରେମ, ନୈତିକତା, ସତ୍ୟ ଶୃଙ୍ଖଳା ଓ ସେବା ଭାବନା ସୃଷ୍ଟି କରିବାକୁ ସଦ୍ୟ ପ୍ରୟାସ କରିଥିବା କହିଥିଲୋ ଗୋପବନ୍ଧୁ ଦାସଙ୍କ ଜୀବନରୁ ଆମ୍ଭଙ୍କୁ ଶିଖାଏ ଯେ, ସତ୍ୟ ନିଷ୍ଠା ପରୋପକାର, ନିଃଶ୍ୱାର୍ଥସେବା ହେଉଛି ଜୀବନର ସର୍ବୋତ୍ତମ । ତାଙ୍କ କର୍ତବ୍ୟ ପରାୟଣତା ଓ ସେବା ଆଜି ମଧ୍ୟ ସମଗ୍ର ଓଡିଶା ବାସୀଙ୍କ ପାଇଁ ପ୍ରେରଣା ର ଉତ୍ସା |

ଏହି ଅବସରରେ ଆୟୋଜିତ ସଭାରେ ବରିଷ୍ଠ ଶିକ୍ଷାବିତ୍ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ଓ ଅଧ୍ୟାପକ ସରୋଜ ଦାସ, ଅଧ୍ୟାପକ ରଂଜନ କୁମାର ସ୍ୱାଇଁ, ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବରିଷ୍ଠ ସମାଜସେବୀ ଭାସ୍କର ଚନ୍ଦ୍ର ବେହେରା, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ଯୋୀଗ ଦେଇଥିବା ବେଲେ ବରିଷ୍ଠ ସାମ୍ବାଦିକ ଦେବ ପ୍ରସାଦ ଦାସ, ଶ୍ରୀନିବାସ ପାତ୍ର, ସମେତ ଜିଲ୍ଲା ଶିକ୍ଷକ ସଂଘର ସଭାପତି ତାରକ ମଣ୍ଡଳ, ବ୍ଲକ ସଭାପତି ପିଂଟୁ ପାଢି, ପୂର୍ୱତନ ବରିଷ୍ଠ ପୋଲିସ ଅଧିକାରୀ ଦୁର୍ଗା ରାଓ, ଶିକ୍ଷକ ସନ୍ଦିପ ଦାସ ଯୋଗ ଦେଇ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲୋ ବକ୍ତାମାନେ ଗୋପବନ୍ଧୁ ଦାସଙ୍କ ଜୀବନୀ ସମ୍ପର୍କରେ ଉଦ୍ୱୋଧନ ଦେଇଥିଲୋ ବିଭଇନ୍ନ ବିଦ୍ୟାଳୟରୁ ମହାବିଦ୍ୟାଳୟରୁ ସତାଧୀକ ଛାତ୍ରଛାତ୍ରୀ ଯୋ ଦେଇଥିଲୋ ସେହିଭଳି ଆଜି ସକାଳୁ ମାଲକାନଗିରି ସ୍ଥିତ ଟେକବାଡି ସାହି ସ୍ଥିତ ନବୀନ ପୋଖରୀରେ ତୀଳ ତର୍ପଣ କରା ଯାଇଥିଲ।। ଏହି କା ର୍ଯ୍ୟକ୍ରଂମକୁ ମାଲକାନଗିରି ସମାଜ ଜିଲ୍ଲା ପ୍ରତିନିଧି ଗୋପିକୃଷ୍ଣ ପଟ୍ଟନାୟକ ପରିଚାଳନା କରିଥଇବା ବେଲେ ବ୍ଲକ ପ୍ରତିନିଧି ଅସୀମ ବିଶ୍ୱାସ ଦେବବ୍ରତ ସାନା, ଏ. ଈଶ୍ୱର ରାଓ, ଭିଡିଓ ଜର୍ନାଲିଷ୍ଟ ଜାନକି ପଟ୍ଟନାୟକ, ରାହୁଲ ଗଲରି ସହ ଯୋଗ କରିଥିଲୋ

ad-week
Leave A Reply

Your email address will not be published.