
ବିରମିତ୍ରପୁର: ଆସନ୍ତା ପବିତ୍ର ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବିରମିତ୍ରପୁର ପୌରାଞ୍ଚଳ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ପାର୍ବଣର ପବିତ୍ରତା ବଜାୟ ରଖିବା ଲାଗି ସହରର ସମସ୍ତ ଆମିଷ ଦୋକାନ ବନ୍ଦ ରଖିବାକୁ ପୌର ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି।
ପୌରାଞ୍ଚଳ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ, ଆସନ୍ତା ଜୁଲାଇ ୧୬ ତାରିଖ (ରଥଯାତ୍ରା) ଏବଂ ଜୁଲାଇ ୨୪ ତାରିଖ (ବାହୁଡ଼ା ଯାତ୍ରା) ଦିନ ବିରମିତ୍ରପୁର ଅଞ୍ଚଳରେ ଥିବା ସମସ୍ତ ମାଛ, ମାଂସ, କୁକୁଡ଼ା ଏବଂ ଅଣ୍ଡା ଦୋକାନଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।
