ଚିକିଟି ତହସିଲରେ ଏକଶହ ପଟ୍ଟା ବଣ୍ଟନ

add-all

ଚିକିଟି : ଚିକିଟି ତହସିଲ ରେ ଦୀର୍ଘ ଦିନ ଧରି ସ୍ଥାନୀୟ ଲୋକଙ୍କ ଜମି କିମ୍ବା ଘରବାରି ଇତ୍ୟାଦି ପଟ୍ଟା ମିଳିପାରୁନଥୁବା ନେଇ ସାଧାରଣ ରେ ଅଭିଯୋଗ ହୋଇ ଆସୁଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିବା ବେଳେ ତହସିଲଦାର ଭାବେ ବିଶ୍ୱରଞ୍ଜନ କଅଁର ଯୋଗ ଦେବା ପରେ ଏହାର ସମାଧାନ ଦିଗ ରେ କାର୍ଯ୍ୟ ଆରମ୍ଭ କରିଥିଲେ।ଯୋଗଦାନ ର ଦୁଇ ମାସ ମଧ୍ୟରେ ପର୍ଯ୍ୟାୟ କ୍ରମେ ୯୫୮ ଟି ପଟ୍ଟା ହିତାଧିକାରୀଙ୍କ ନିକଟକୁ ପହଞ୍ଚାଇବାରେ ସଫଳ ହୋଇଥିଲେ ଅଧିକାରୀ ଜଣକ।

ପରେ ପରେ ରାଜସ୍ବ ରଥ ମାଧ୍ୟମରେ ଡୋର ଟୁ ଡୋର ବୁଲି ବିଭାଗୀୟ କର୍ମଚାରୀ ଙ୍କ ସହଯୋଗ ରେ ପଟ୍ଟା ପହଞ୍ଚାଇ ଥିଲେ। ଅତ୍ୟନ୍ତ ଦୁର ଦୁରାନ୍ତ ରେ ରହୁଥିବା ଲୋକଙ୍କ ନିକଟକୁ ସ୍ପୀଡ଼ ପୋଷ୍ଟ ମାଧ୍ୟମରେ ପଟ୍ଟା ପ୍ରେରଣ କରିଥିଲେ।

ସେହିଭଳି ଆଜି ଗୋଟିଏ ଦିନରେ ୧୦୦ ଗୋଟି ପଟ୍ଟା ପ୍ରେରଣ କରି ଥିବାରୁ ଶ୍ରୀ କଁଅର ଙ୍କ ଏଭଳି ଚିନ୍ତା ଧାରା କୁ ତହସିଲ ଅଧିବାସୀ ମାନେ ଖୁସି ପ୍ରକଟ କରିଛନ୍ତି ।

ad-week
Leave A Reply

Your email address will not be published.