
ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳଭଣ୍ଡାର ରୁ ଏକ ମୃତ ବ୍ୟକ୍ତିର ଶବ ଚିତ୍ରକୋଣ୍ଡା ଅଗ୍ନିଶମ ବିଭାଗ ଉଦ୍ଧାର କରିଛନ୍ତି । ସୂଚନା ମୁତାବକ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ରାଲ୍ଲେଗଡା ପଞ୍ଚାୟତ ବାଙ୍ଗୁରସୁଧା ଗ୍ରାମ ନିକଟ ଘୋଡାମାଳ ନଦୀ ରୁ ଗତ କାଲି ଅଗ୍ନିଶମ ବିଭାଗ ଖବର ପାଇବା ପରେ ବହୁ ଖୋଜାଖୋଜି କରିବା ପରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଏକ ବ୍ୟକ୍ତିଙ୍କୁ ଚିତ୍ରକୋଣ୍ଡା ଅଗ୍ନିଶମ ବିଭାଗ ମୁଖ୍ୟ ମଙ୍ଗଳଦାନ ହିକିକା ଙ୍କ ନେତୃତ୍ୱରେ ସମସ୍ତ ଟିମ ଉଦ୍ଧାର କରିଛନ୍ତି । ଉଦ୍ଧାର ବ୍ୟକ୍ତି ଜଣକ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ରାଜ୍ୟର ଆଲୁରି ସୀତାରାମରାଜୁ ଜିଲ୍ଲାର ଗୁଡ଼େମ ଥାନା ଅନ୍ତର୍ଗତ ମୂରଲୀଗଡ଼ା ଗ୍ରାମର ଖିଲ ସାନା ଙ୍କ ପୁଅ ଖିଲ ପ୍ରକାଶ (୪୪) ବୋଲି ଜଣାପଡିଛି । ଏହି ବାବଦରେ ଏକ କେସ ନଂ ୩୪/୨୦୨୬ ପେପରମେଟଲା ଥାନାରେ ଧାରା ୧୦୩(କ), ୨୩୮(କ), ୩(୫) ଏଏସଆଇ ଦ୍ରୋଣାଚର୍ଯ୍ୟ ସୁନାନି ଅଧୀନରେ ଏକ ମାମଲା ରୁଜୁ କରାଯାଇ ଛାନଭିନ ଜାରି ରହିଛି । ମୃତ୍ୟୁ ର କାରଣ ଏବଂ ଏହି ଦୋଷୀ ମାନଙ୍କ ବାବଦରେ ଏବେ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ଆସିନାହିଁ ।
