ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁଙ୍କୁ ପୁଣି ଝଟ୍‌କା, ସୁପ୍ରିମକୋର୍ଟରୁ ନିରାଶ

add-all

ନୟାଗଡ଼: ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁଙ୍କୁ ପୁଣି ଝଟ୍‌କା l ମିଥ୍ୟା ସତ୍ୟପାଠ ଦାଖଲ କରିଥିବାରୁ ନିର୍ବାଚନ ଅସିଦ୍ଧ ପାଇଁ ହାଇକୋର୍ଟରେ ଅଭିଯୋଗ କରିଛନ୍ତି ବିଜେପି ପ୍ରାର୍ଥୀନୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ। ସୁପ୍ରିମ୍‌କୋର୍ଟ ଅରୁଣ ସାହୁଙ୍କ ଆବେଦନକୁ ଖାରଜ କରିଛନ୍ତି l ତାଙ୍କ ସଦସ୍ୟତା ରଦ୍ଦ ମାମଲା ଓଡ଼ିଶା ହାଇକୋର୍ଟରେ ଚାଲିବ l ଏହି ମାମଲାର ଶୁଣାଣି ଆସନ୍ତା ୬ ମାସ ଭିତରେ ଶେଷ କରିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି l ସତ୍ୟପାଠ‌ରେ ସଂପତ୍ତି ସଂକ୍ରାନ୍ତରେ ସଠିକ ତଥ୍ୟ ଦେଇ ନଥିଲେ ବିଧାୟକ ଅରୁଣ କୁମାର ସାହୁ l ନୟାଗଡ଼ ଆସନରୁ ବିଧାୟକ ହୋଇଥିବା ଅରୁଣ କୁମାର ସାହୁଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ପରାଜିତ ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂ ହାଇକୋର୍ଟରେ ନିର୍ବାଚନୀ ମକଦ୍ଦମା ଦାୟର କରିଥିଲେ l ଶ୍ରୀ ସାହୁ ସତ୍ୟପାଠ‌ରେ ସଂପତ୍ତି ସଂକ୍ରାନ୍ତରେ ସଠିକ ତଥ୍ୟ ଦେଇ ନଥିଲେ l ଏଥି ସହିତ ଶ୍ରୀ ସାହୁଙ୍କ ନାମାଙ୍କନପତ୍ର ରିଟର୍ଣ୍ଣିଂ ଅଫିସର ବେଆଇନ ଭାବେ ଗ୍ରହଣ କରିଥିଲେ।

ad-week
Leave A Reply

Your email address will not be published.