ରଙ୍ଗେଇଲୁଣ୍ଡାରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର : ୩୩୮ଟି ଅଭିଯୋଗ ଗ୍ରହଣ, ୫୧ଟିର ଘଟଣାସ୍ଥଳରେ ସମାଧାନ

add-all

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼. ଶ୍ରବଣ ବିବେକ ଏମ୍‌, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାରଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିଥିଲେ।

ଶିବିରରେ ମୋଟ ୩୩୮ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୩୧୪ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଏବଂ ୨୪ଟି ଗ୍ରାମ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ଥିଲା। ୫୧ଟି ଅଭିଯୋଗର ଘଟଣାସ୍ଥଳରେ ତୁରନ୍ତ ସମାଧାନ କରାଯାଇଥିଲା।

ଏହି ଅବସରରେ ରେଡକ୍ରସ ପାଣ୍ଠିରୁ ଜଣେ ହିତାଧିକାରୀଙ୍କୁ ୭,୫୦୦ ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା। ସେହିପରି ୯ ଜଣଙ୍କୁ ରାସନ କାର୍ଡ ବଣ୍ଟନ କରାଯାଇଥିବାବେଳେ ୪୨ ଜଣ ହିତାଧିକାରୀଙ୍କୁ ନୂତନ ବର୍ଦ୍ଧିତ ଭତ୍ତା ମଞ୍ଜୁର କରାଯାଇଥିଲା।

ଜିଲ୍ଲାପାଳ ଶ୍ରୀ ଭାସନ ଅବଶିଷ୍ଟ ଅଭିଯୋଗଗୁଡ଼ିକର ତ୍ୱରିତ ତଦନ୍ତ କରି ଯଥାଶୀଘ୍ର ସମାଧାନ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ad-week
Leave A Reply

Your email address will not be published.