ଛେଣ୍ଡଠାରେ ‘ଆମ ପୋଲିସ ସମିତି’ ବୈଠକ ଅନୁଷ୍ଠିତ

add-all

ବିରମିତ୍ରପୁର (ନିସର୍ତ୍ତ ନ୍ୟୁଜ୍ ): ରାଉରକେଲା ଜିଲ୍ଲାର ଛେଣ୍ଡ ପୋଲିସ ଥାନା ଆନୁକୂଲ୍ୟରେ ଛେଣ୍ଡ ବରିଷ୍ଠ ନାଗରିକ କାର୍ଯ୍ୟାଳୟ ପରିସରରେ ଏକ ‘ଆମ ପୋଲିସ ସମିତି’ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୋଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ସମ୍ପର୍କକୁ ଅଧିକ ମଜବୁତ କରିବା, ସ୍ଥାନୀୟ ସୁରକ୍ଷା ସମ୍ବନ୍ଧୀୟ ସମସ୍ୟା ଉପରେ ଆଲୋଚନା କରିବା ଏବଂ ସହଯୋଗୀ ପୋଲିସିଂ (Community Policing) କୁ ପ୍ରୋତ୍ସାହିତ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏହି ଆଲୋଚନାରେ ବରିଷ୍ଠ ନାଗରିକ ଓ ସ୍ଥାନୀୟ ଅଞ୍ଚଳବାସୀ ସକ୍ରିୟ ଅଂଶଗ୍ରହଣ କରି ନିଜ ନିଜର ମତାମତ ଓ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସକ୍ରିୟ ଭାଗିଦାରୀ ଏବଂ ଗଠନମୂଳକ ଆଲୋଚନା ମାଧ୍ୟମରେ ଏକ ସୁରକ୍ଷିତ, ଭୟମୁକ୍ତ ଏବଂ ନାଗରିକ-ଅନୁକୂଳ ସମାଜ ଗଠନ ପାଇଁ ରାଉରକେଲା ପୋଲିସ ସଦାସର୍ବଦା ପ୍ରତିବଦ୍ଧ ବୋଲି ବୈଠକରେ ବାର୍ତ୍ତା ଦିଆଯାଇଥିଲା।

ad-week
Leave A Reply

Your email address will not be published.