
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଅଧିକାଂଶ ନଦୀ ଗୁଡିକରେ ବର୍ଷା ଜଳ ପ୍ରବାହିତ ହେଉଛି। ବର୍ଷା ଦିନ ପୂର୍ବରୁ ଚୋରା ବାଲି ମାଫିଆ ମାନେ ଖୋଲା ସ୍ଥାନରେ ପାହାଡ଼ ଭଳି ବାଲି ଷ୍ଟକ କରି ମହଜୁଦ ରଖିଛନ୍ତି। ବାଲି ଅଭାବ ଦର୍ଶାଇ ଚଢ଼ା ଦରରେ ବାଲି ବିକ୍ରି ହେଉଛି। ଏପଟେ ସରକାର ଅକ୍ଟୋବର ମାସ ପର୍ଯ୍ୟନ୍ତ ନଦୀରୁ ବାଲି ଉଠାଣ ପାଇଁ ରୋକ ଲଗାଇଛନ୍ତି। ସରକାର ଡାଳରେ ଡ଼ାଳରେ ଯାଉଥିବା ବେଳେ ମାଫିଆ ମାନେ ପତ୍ର ପତ୍ର ରେ ଯାଉଥିବା ନେଇ ଆଲୋଚନା ହେଉଛି। ପ୍ରଶାସନ ଷ୍ଟକ ବାଲି ଚାଲାଣ ବେଳେ ଜଳକା ସାଜିଛନ୍ତି। ଷ୍ଟକ ବାଲି ଜିଲ୍ଲାର କୋଣ ଅନୁକୋଣ ରେ ଚଢ଼ା ଦରରେ ବିକ୍ରି ହେଉଛି। ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳର ମୁକୁନ୍ଦ ପୁର, ସୁନାମ୍ବ ସାହି ଆଦି ଅଞ୍ଚଳରୁ ଟ୍ରାକ୍ଟର ଯୋଗେ ବାଲି ମାଫିଆ ମାନେ ବାଲି ଲୁଟୁ ଥିବା ଦେଖିବକୁ ମିଳୁଛି।
