ନିର୍ବାଚନ ପାଇଁ ଟିକାବାଲି ପ୍ରଶାସନର ପ୍ରସ୍ତୁତି

add-all

ଟିକାବାଲି (୧୦/୦୨) ତ୍ରିସ୍ତରୀୟ ପଞ୍ଚାୟତ ରାଜ ନିର୍ବାଚନ କୁ ଆଖି ଆଗରେ ରଖି ଟିକାବାଲି ବ୍ଲକ ପ୍ରଶାସନ ତଥା ବ୍ଲକ ନିର୍ବାଚନ ଅଧିକାରୀ ଙ୍କ ତତ୍ପରତା ବଢିଛି | 5ଟି ପର୍ଯ୍ୟାୟ ରେ ସାରା ଓଡିଶା ରେ ନିର୍ବାଚନ ହେବ ସେଥିମଧ୍ୟରୁ ଟିକାବାଲି ବ୍ଲକ ରେ 4ର୍ଥ ପର୍ଯ୍ୟାୟ ରେ ତଥା ଆସନ୍ତା 22/02 ତାରିଖ ରେ ନିର୍ବାଚନ ହେବ |

ତେଣୁ ଟିକାବାଲି ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋର ଦାର ହୋଇଛି | ନିର୍ବାଚନ ପାଇଁ ବାଲାଟ୍ ପେପର, ଭୋଟଲିଷ୍ଟ, ଇତ୍ୟାଦି ନଥିପତ୍ର କୁ ଏବେଠାରୁ ହିଁ ପ୍ରସ୍ତୁତି କରିବାରେ ଲାଗିଛନ୍ତି | ନିର୍ବାଚନ କୁ ସଫଳ କରିବା ପାଇଁ ଟିକାବାଲି ନିର୍ବାଚନ ଅଧିକାରୀ ନିର୍ବାଚନ ଦାୟିତ୍ୱ ରେ ଥିବା ସମସ୍ତ କର୍ମଚାରୀ ଙ୍କୁ ନିର୍ବାଚନ ପରିଚାଳନା ବିଷୟରେ ଭଲରେ ତାଲିମ ଦେବା ସହିତ ସମସ୍ତ ଭଲରେ ନିର୍ବାଚନକୁ ପରିଚାଳିତ କରିବାପାଇଁ ନିର୍ଦେଶ ଦେଇଥିବା ଜଣା ପଡିଛି |

ad-week
Leave A Reply

Your email address will not be published.