ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଦ୍ୟୁତ ସର୍ଟ ସର୍କିଟରୁ ଏସି ଓ କାନ୍ଥର ଟାଇଲି ଜଳିଗଲା

add-all

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକନ୍ଦ୍ରରେ ରୋଗୀ ନିରୀକ୍ଷଣ ଗୃହରେ ସର୍ଟ ସର୍କିଟ ଯୋଗୁଁ ଏସି ଓ କାନ୍ଥ ଟାଇଲି ମଧ୍ୟ
ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ରୋଗୀ ନିରୀକ୍ଷଣ ଗୃହଟି ବନ୍ଦ ରହିଥିବା ବେଳେ ଉକ୍ତ ଗୃହରେ କୌଣସି କାରଣରୁ ବିଦ୍ୟୁତ୍ ସର୍ଟ ସର୍କିଟ ହୋଇ ଏହି ରୁମରେ ଥିବା ଏସି ଟି ପ୍ରଥମେ ଜଳିବାରୁ ବନ୍ଦ ଝରକା ଦେଇ ରୁମ୍ ବାହାରକୁ ଧୁଆଁ ବାହାରିବା ପରେ କିଛି ସମୟ ପରେ ଏକ ବିସ୍ଫୋରଣ ଶୁଣାଯାଇଥିଲା ।

ଏହି ସମୟରେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଅଗ୍ନି ନିରାପତ୍ତା ପାଇଁ କାର୍ଯ୍ୟ କରୁଥିବା କାରିଗର ମାନେ ଡାକ୍ତରଖାନା କର୍ମଚାରୀ ମାନଙ୍କୁ ଜଣାଇବା ସହିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ ।ସୂଚନା ଅନୁଯାୟୀ ଦୀର୍ଘଦିନ ଧରି ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ସ୍ଵତନ୍ତ୍ର ବିଦ୍ୟୁତ୍ ସଂଯୋଗ ପାଇଁ ଦାବି ହେଉଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ନହେବାରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଯନ୍ତ୍ରାଂଶ ଗୁଡ଼ିକ ସିଙ୍ଗିଲ ଫେଜରେ ପରିଚାଳିତ ହୋଇ କେତେକ କାର୍ଯ୍ୟକ୍ଷମ ନହେବା ସେହିତ ସେଗୁଡିକ ଶୀଘ୍ର ଅକାମୀ ହୋଇ ପଡୁଛି । ଏପରି ଦୁର୍ଘଟଣା ଖାଲି ଗୃହରେ ଘଟିଥିବା ବେଳେ ଭବିଷ୍ୟତରେ ଅଫିସ ଗୃହ ସମେତ ରୋଗୀ ୱାର୍ଡରେ ଏଭଳି ଦୁର୍ଘଟଣାକୁ ଏଡାଇ ଦିଆଯାଇନପାରେ। ଏହି ଦୁର୍ଘଟଣା ପରେ ସ୍ବାସ୍ଥ୍ୟକେନ୍ଦ୍ରର ବିଦ୍ୟୁତ ବ୍ୟବସ୍ଥାରେ ତୁରନ୍ତ ସୁଧାର ଆଣିବା ପାଇଁ ସାଧାରଣରେ ଦାବି ହୋଇଛି ।

ad-week
Leave A Reply

Your email address will not be published.