ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

add-all

ଗଞ୍ଜାମ, ୩/୮ : ଅଦାନୀ ଫାଉଣ୍ଡେସନ ଓ ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦର ମିଳିତ ସହଯୋଗରେ ସୋମବାର ବରିଷ୍ଠ ନାଗରିକ ପରିଷଦ କାର୍ଯ୍ୟାଳୟ ପରିସରରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା।

ଶିବିରରେ ବ୍ରହ୍ମପୁରସ୍ଥିତ ଇକସ୍ ଆଇ ହସ୍ପିଟାଲର ଡାକ୍ତରୀ ଦଳ ପକ୍ଷରୁ ୭୦ ଜଣ ପୁରୁଷ ଓ ମହିଳାଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୫ରୁ ଅଧିକ ରୋଗୀଙ୍କୁ ଚକ୍ଷୁ ଅସ୍ତ୍ରୋପଚାର ପାଇଁ ଇକସ୍ ଆଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ୨୦ ଜଣଙ୍କୁ ଅଦାନୀ ଫାଉଣ୍ଡେସନ ପକ୍ଷରୁ ମାଗଣା ଚଷମା ପ୍ରଦାନ କରାଯାଇଛି ।

କାର୍ଯ୍ୟକ୍ରମରେ ଗୋପାଳପୁର ବନ୍ଦରର ସାମାଜିକ ଦାୟିତ୍ୱବୋଧ (CSR) ବିଭାଗର ମୁଖ୍ୟ ଦେବଦତ୍ତ ମିଶ୍ର ଓ ଜନସମ୍ପର୍କ ଅଧିକାରୀ ରତିରଞ୍ଜନ ଦାସ ଯୋଗଦେଇ ଶିବିରର ବ୍ୟବସ୍ଥାର ସମୀକ୍ଷା କରିବା ସହ ଶିବିରାର୍ଥୀଙ୍କ ସହ ଆଲୋଚନା କରିଥିଲେ। ବରିଷ୍ଠ ନାଗରିକ ପରିଷଦର ସହଯୋଗକୁ ପ୍ରଶଂସା କରିବା ସହ ସ୍ଥାନୀୟ ଅନୁଷ୍ଠାନମାନଙ୍କ ସମନ୍ୱୟରେ ଆଗାମୀ ଦିନରେ ମଧ୍ୟ ଏଭଳି ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆୟୋଜନ କରାଯିବ ବୋଲି କହିଥିଲେ। ରତିରଞ୍ଜନ ଦାସ ଶିବିରର ସଫଳ ଆୟୋଜନରେ ସହଯୋଗ କରିଥିବା ବରିଷ୍ଠ ନାଗରିକ ପରିଷଦର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହି ଅବସରରେ ବରିଷ୍ଠ ସଦସ୍ୟ ପତିତପାବନ ମହାପାତ୍ର ଓ ଉପଦେଷ୍ଟା ଲିଙ୍ଗରାଜ ପଟ୍ଟନାୟକ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ। ଗଞ୍ଜାମରେ ପ୍ରଥମ ଥର ପାଇଁ ଅଦାନୀ ଫାଉଣ୍ଡେସନ ପକ୍ଷରୁ ଏଭଳି ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଏହାକୁ ବେଶ୍ ପ୍ରଶଂସା କରାଯାଇଛି।

କାର୍ଯ୍ୟକ୍ରମରେ ପରିଷଦର ଉପଦେଷ୍ଟା ଇଂ. ବିନୋଦ କୁମାର ପାଢ଼ୀ, ଶରତ ଦାସ, ତ୍ରିନାଥ ପାଣିଗ୍ରାହୀ, ସଭାପତି ରବୀନ୍ଦ୍ର କୁମାର ପଣ୍ଡା, ଉପସଭାପତି ଅରୁଣ କୁମାର ପଣ୍ଡା, ସମ୍ପାଦକ ବିନୋଦ ଚନ୍ଦ୍ର ମହାପାତ୍ର, କୋଷାଧ୍ୟକ୍ଷ ବିପ୍ର ଚରଣ ମହାପାତ୍ରଙ୍କ ସମେତ ଗୌରୀଶଙ୍କର ପାଢ଼ୀ, ବସନ୍ତ ସାବତ, ସୁରେନ୍ଦ୍ର ପଟ୍ଟନାୟକ, କନ୍ଧ ବେହେରା, କିଶୋର ମହାପାତ୍ର, ପ୍ରଫୁଲ୍ଲ ପାଢ଼ୀ, ବ୍ରଜ ପାଣିଗ୍ରାହୀ, ଉପେନ୍ଦ୍ର ଆଚାର୍ଯ୍ୟ, ପଦ୍ମଚରଣ ପାଢ଼ୀ, ଗୋପାଳ ପଣ୍ଡା ଓ ଜଗନ୍ନାଥ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.