​ରାଉରକେଲାରେ ଡକାୟତି ଉଦ୍ୟମ ପଣ୍ଡ: ୫ ଗିରଫ, ମାରାତ୍ମକ ଅସ୍ତ୍ରଶସ୍ତ୍ର ଜବତ

add-all

ବୀରମିତ୍ରପୁରରୁ : ରାଉରକେଲା ପ୍ଲାଣ୍ଟସାଇଟ୍ ଥାଣା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ରାତି ପାଟ୍ରୋଲିଂ ସମୟରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୋଲିସ ଏକ ବଡ଼ ଡକାୟତି ଉଦ୍ୟମକୁ ସଫଳତାର ସହ ପଣ୍ଡ କରିବା ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ନୟାବଜାର ଛକ ନିକଟସ୍ଥ ଏକ ନିର୍ଜନ ସ୍ଥାନରେ ୫ ଜଣ ଯୁବକ ମାରାତ୍ମକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଡକାୟତି ପାଇଁ ଯୋଜନା କରୁଥିଲେ। ପଥଚାରୀ, ସ୍ଥାନୀୟ ବ୍ୟବସାୟିକ ପ୍ରତିଷ୍ଠାନ, ଘର ଏବଂ ନିକଟସ୍ଥ ଏକ ପେଟ୍ରୋଲ ପମ୍ପକୁ ଲୁଟ୍ କରିବା ସେମାନଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା।

​ପୋଲିସ ଚଢ଼ଉ ସମୟରେ ଅଭିଯୁକ୍ତମାନଙ୍କ ନିକଟରୁ ଖଣ୍ଡା, ଭୁଜାଲି, ଲୁହା ରଡ୍ ଏବଂ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ କରାଯାଇଛି। ପୋଲିସର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଅଞ୍ଚଳରେ ଏକ ବଡ଼ ଅପରାଧ ବାଧାପ୍ରାପ୍ତ ହୋଇପାରିଛି।

ad-week
Leave A Reply

Your email address will not be published.