କ୍ଷତ୍ରିୟବରପୁର ମହାବିଦ୍ୟାଳୟରେ ନିର୍ବାଚନ ସାକ୍ଷରତା କ୍ଲବ୍ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

add-all

ସୋରଡ଼ା : ୧୨୯–ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ, କ୍ଷତ୍ରିୟବରପୁରରେ ନିର୍ବାଚନ ସାକ୍ଷରତା କ୍ଲବ୍ (ଇଏଲ୍‌ସି) ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା, ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍‌ଓ) ଏବଂ ବେଲଗୁଣ୍ଠା ପଞ୍ଚାୟତ ସମିତିର ପ୍ରତିନିଧିମାନେ ଯୋଗଦେଇ ନିର୍ବାଚନ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯୁବବର୍ଗଙ୍କ ମଧ୍ୟରେ ଭୋଟର ପଞ୍ଜୀକରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଗଣତାନ୍ତ୍ରିକ ବ୍ୟବସ୍ଥାରେ ସେମାନଙ୍କ ସକ୍ରିୟ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଏବଂ ସଚେତନ, ଦାୟିତ୍ୱବାନ ଓ ସକ୍ରିୟ ମତଦାତା ଭାବେ ଗଢ଼ି ତୋଳିବା।

ଏହି ଅବସରରେ ବିଏଲ୍‌ଓ ସୁପରଭାଇଜର ଅକୁଳ ସାହୁ ଓ ଲିଙ୍ଗରାଜ ସେଠୀ, ବୁଥ୍ ନଂ–୧୫୪ର ବିଏଲ୍‌ଓ ଝିଲି ନାୟକ, ବୁଥ୍ ନଂ–୧୫୯ର ବିଏଲ୍‌ଓ କାନ୍ହୁଚରଣ ନାୟକ, ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରୁଣୀବାଲା ତ୍ରିପାଠୀ, ଅଧ୍ୟାପକ ସୁଶାନ୍ତ କୁମାର ଲେଙ୍କା ଓ ସୁଗ୍ୟାନୀ ପାଢ଼ୀ, କ୍ଷତ୍ରିୟବରପୁରର ପିଇଓଙ୍କ ସମେତ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

+୨ ବିଜ୍ଞାନ ଶ୍ରେଣୀର ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ସଚେତନତାମୂଳକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ନିର୍ବାଚନ ପ୍ରକ୍ରିୟା, ମତାଧିକାରର ଗୁରୁତ୍ୱ ଏବଂ ଏହାର ସଠିକ୍ ପ୍ରୟୋଗ ସମ୍ପର୍କରେ ସଚେତନ କରାଇଥିଲେ। ଏହାସହ ସ୍ୱତନ୍ତ୍ର ସଘନ ସଂଶୋଧନ–୨୦୨୬ ବିଷୟରେ ମଧ୍ୟ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବିସ୍ତୃତ ଓ ଉପଯୋଗୀ ସୂଚନା ପ୍ରଦାନ କରାଯାଇଥିଲା।

ad-week
Leave A Reply

Your email address will not be published.