କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩୦ ଶଯ୍ୟା ବିଶିଷ୍ଟ ନୂତନ କୋଠା ଉଦଘାଟିତ; ପ୍ରାୟ ୭.୭୯ କୋଟି ବ୍ୟୟରେ ନିର୍ମିତ

add-all

କୋଟପାଡ଼ (କୋରାପୁଟ) : କୋରାପୁଟ ଜିଲ୍ଲାର ସୀମାନ୍ତବର୍ତ୍ତୀ କୋଟପାଡ଼ ବ୍ଲକ ସଦର ମହକୁମାସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ନୂତନ ୩୦ ଶଯ୍ୟା ବିଶିଷ୍ଟ କୋଠାର ଶୁଭ ଉଦଘାଟନ ହୋଇଯାଇଛି। ସ୍ଥାନୀୟ ବିଧାୟକଙ୍କ କରକମଳରେ ଏହି ପ୍ରକଳ୍ପର ଲୋକାର୍ପଣ କରାଯାଇଛି। ପ୍ରାୟ ୭ କୋଟି ୭୯ ଲକ୍ଷ ୬୯ ହଜାର ୬୨୨ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ଆଧୁନିକ କୋଠାକୁ ସାଧାରଣ ଜନତାଙ୍କ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ନିମିତ୍ତ ଉତ୍ସର୍ଗ କରାଯାଇଛି।

ଏହି ଗୁରୁତ୍ୱପୂର୍ଣ୍ଣ ଉତ୍ସବରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଗୁରୁଚରଣ ମାହାନ୍ତ, କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ବିଶ୍ୱଜିତ ମଲ୍ଲିକ, ବରିଷ୍ଠ ଫାର୍ମାସିଷ୍ଟ ସୂର୍ଯ୍ୟନାରାୟଣ ପାଢ଼ୀଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଅନେକ କର୍ମଚାରୀ ଉପସ୍ଥିତ ଥିଲେ।

ଏତଦ୍‌ବ୍ୟତୀତ ଭାରପ୍ରାପ୍ତ ତହସିଲଦାର ପର୍ଶୁରାମ ଭତ୍ରା, ଏନ.ଏ.ସି. ଅଧ୍ୟକ୍ଷ ଶଙ୍କର ରାଓ, ବ୍ଲକ ଉପାଧ୍ୟାକ୍ଷ ତପନ ପାଣିଗ୍ରାହୀ, ଭାରପ୍ରାପ୍ତ ଥାନା ଅଧିକାରିଣୀ ଦୀପ୍ତିମୟୀ ଧରୁଆ, ସାଂସଦ ଓ ବିଧାୟକ ପ୍ରତିନିଧି, ବିଭିନ୍ନ ଅନୁଷ୍ଠାନର କର୍ତ୍ତୃପକ୍ଷ, ଆଶା କର୍ମୀ, ସମାଜସେବୀ, ଗଣମାଧ୍ୟମ ପ୍ରତିନିଧି ଏବଂ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ। ଏହି ନୂତନ କୋଠା କାର୍ଯ୍ୟକ୍ଷମ ହେବା ଦ୍ୱାରା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଆହୁରି ଉନ୍ନତ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇପାରିବ ବୋଲି ଆଶା ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.