ହର ଘର ତ୍ରିରଙ୍ଗା-୨୦୨୬ ଅବସରରେ କୋରାପୁଟରେ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ରାଲି

add-all

କୋରାପୁଟ:-08/08/26— ଆସନ୍ତା ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ ଦେଶବ୍ୟାପୀ ‘ହର ଘର ତ୍ରିରଙ୍ଗା-2026’ ଅଭିଯାନକୁ ଜନଭାଗିଦାରୀ ମାଧ୍ୟମରେ ସଫଳ କରିବା ଲକ୍ଷ୍ୟରେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ରାଲି ଆୟୋଜନ କରାଯିବ। ଦେଶର ବିଭିନ୍ନ ସ୍ଥାନରେ ଅଗଷ୍ଟ 10 ତାରିଖରୁ ଏହି ଅଭିଯାନକୁ କେନ୍ଦ୍ର କରି ତ୍ରିରଙ୍ଗା ରାଲି ଓ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଉଛି।
କୋରାପୁଟରେ 10 ଅଗଷ୍ଟ 2026, ସୋମବାର ସକାଳ 8 ଟାରୁ ଏହି ରାଲି ଆରମ୍ଭ ହେବ। ରାଲିଟି ପୋଲିସ ପ୍ୟାରେଡ୍ ଗ୍ରାଉଣ୍ଡରୁ ଆରମ୍ଭ ହୋଇ ସ୍ପୋର୍ଟସ୍ କମ୍ପ୍ଲେକ୍ସ, କୋରାପୁଟ ପର୍ଯ୍ୟନ୍ତ ଯିବ।
ଏହି ଦେଶଭକ୍ତିମୟ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଜନସାଧାରଣ, ଛାତ୍ରଛାତ୍ରୀ, ଯୁବବର୍ଗ, ବିଭିନ୍ନ ସଂଗଠନ ଓ ସାମାଜିକ ଅନୁଷ୍ଠାନର ପ୍ରତିନିଧିମାନଙ୍କୁ ସାମିଲ କରାଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ତ୍ରିରଙ୍ଗା ପ୍ରତି ସମ୍ମାନ, ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତାକୁ ଜନସାଧାରଣଙ୍କ ମଧ୍ୟରେ ପହଞ୍ଚାଇବା ଏହି ରାଲିର ମୁଖ୍ୟ ଉଦ୍ଦେଶ୍ୟ।
କାର୍ଯ୍ୟକ୍ରମକୁ ବ୍ୟାପକ ଜନସମର୍ଥନ ଓ ପ୍ରଚାର-ପ୍ରସାର ଦେବା ପାଇଁ ଗଣମାଧ୍ୟମର ସହଯୋଗ ନିଆଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଦେଶଭକ୍ତିମୟ ଅଭିଯାନରେ ସମସ୍ତଙ୍କୁ ସକ୍ରିୟ ଭାବେ ସାମିଲ ହେବାକୁ ଆହ୍ୱାନ କରାଯାଇଛି।

ad-week
Leave A Reply

Your email address will not be published.