
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ – ବାହାଡ଼ାଝୋଲା ରାଜ୍ୟ ସଡକ ପଥରେ ମଶାବାରୀ ଠାରେ କୁସୁମୀ ନଦୀ ଉପରେ ନିର୍ମିତ ଅସ୍ଥାୟୀ ପୋଲ ଉପରେ ନଦୀ ପାଣି ଯାଇ ଘାଇ ସୃଷ୍ଟି ହେବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।ରାସ୍ତା ଅତିକ୍ରମ କରିବା ପାଇଁ କୁସୁମୀ ନଦୀର ଉଭୟ ପାର୍ଶ୍ଵରେ କିଛି ସମୟ ପାଇଁ ଯାନବାହାନ ଅଟକି ରହିଥିଲା ।ପୁରୁଣା ପୋଲର ଅବରୋଧ ହଟାଇବାରୁ ପୁନର୍ବାର ଯାତାୟାତ ସ୍ଵାଭାବିକ ହୋଇଥିଲା ।ଅସ୍ଥାୟୀ ପୋଲ ନିର୍ମାଣ କରିବା ପାଇଁ ଆବଶ୍ୟକ ସରଞ୍ଜାମ ମହଜୁତ୍ ରହିଛି । ନଦୀରୁ ପାଣି କମିଗଲେ ସଙ୍ଗେସଙ୍ଗେ ଅସ୍ଥାୟୀ ରାସ୍ତା ମରାମତି କରାଯିବ ଏବଂ ଗମନାଗମନକୁ ଦୃଷ୍ଟିରେ ରଖି ଅସ୍ଥାୟୀ ପୋଲ ଯେତେଥର ଭାଙ୍ଗିବ ସେତେଥର ମରାମତି କରାଯିବ ବୋଲି ପୂର୍ତ୍ତ ବିଭାଗ ଯନ୍ତ୍ରୀ ସୁଧାଂଶୁ ବେହେରା କହିଛନ୍ତି ।ସୂଚନା ଅନୁଯାୟୀ ବହୁ ପୁରୁଣା ପୋଲଟି ଧୀରେ ଧୀରେ ଦୁର୍ବଳ ହୋଇପଡ଼ିବାରୁ ଏହାର ପ୍ରତିକାର ସ୍ବରୂପ ନୂତନ ପୋଲର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।ତେଣୁ ଯାତାୟାତ ପାଇଁ ଏହି ନୂତନ ପୋଲ ପ୍ରସ୍ତୁତ କରାଯାଇଥିଲା ମାତ୍ର ଲଗାଣ ବର୍ଷା ଯୋଗୁଁ ସେଥିରେ ଘାଇ ସୃଷ୍ଟି ହେବାରୁ ଯାତାୟାତ ବାଧାପ୍ରାପ୍ତ ହେଉଥିଲା।
