
ବାଲୁଗାଁ //ନାଚୁଣୀ : ନାଚୁଣି ଥାନା ପୋଲିସ ଗତ କାଲି ରାତିରେ ୧୬ ନମ୍ବର ଜାତୀୟ ରାଜପଥର କୌଡିଖଣି ଛକ ନିକଟରୁ ଏକ କଣ୍ଟେନର ଟ୍ରକ୍ KA-53-D-5096 କୁ ଅଟକାଇ 9.250 ଗ୍ରାମ ଗଞ୍ଜେଇ ଜବତ କରିଛି.ନିୟମିତ ପାଟ୍ରୋଲିଂ ସମୟରେ ଟ୍ରକ୍ ଟି ବେପରୁଆ ଭାବେ ଚାଲୁଥିବା ଦେଖି ପୋଲିସ ତାକୁ ଅଟକାଇଥିଲା.ପଚରା ଉଚୁରା କରିବା ସମୟରେ ଗାଡିର କ୍ୟାବିନ୍ ରୁ ଗଞ୍ଜେଇ ଗନ୍ଧ ଆସିବାରୁ ଗାଡିଟିକୁ ତଲାସୀ କରାଯିବାରୁ ପଛ ସିଟ୍ ତଳେ ଲୁଚାଇ ରଖାଯାଇଥିବା ଗୋଟିଏ ଜରି ବ୍ୟାଗ୍ ରୁ ଗଞ୍ଜେଇ ମିଳିଥିଲା.ଏହାସହ ଟ୍ରକ୍ ଏବଂ ଗୋଟିଏ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି.ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଉତ୍ତର ପ୍ରଦେଶ ଆଜମଗଡ଼ ଜିଲ୍ଲାର କୱଲଧର ରାଜବର.ତାଙ୍କ ବିରୁଦ୍ଧରେ ନାଚୁଣି ଥାନାରେ ମାମଲା ନଂ 321/2026, ଧାରା 20 ଖ(ii)(B) ଏନ୍.ଡି.ପି.ଏସ୍ ଆଇନ୍ ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି.କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ ସମସ୍ତ ଜବତ ସାମଗ୍ରୀ ସିଲ୍ କରାଯାଇଛି ବୋଲି ନାଚୁଣି ଥାନା ଅଧିକାରୀ ସୂଚନା ଦେଇଛନ୍ତି.
