ଆମ୍ବୁଲାନ୍ସରୁ ୨୦୦ କେଜି ଗଞ୍ଜେଇ ଜବତ, ୨ ମହାରାଷ୍ଟ୍ର ଯୁବକ ଗିରଫ

add-all

ମାଲକାନଗିରି : ମାଲକାନଗିରିରୁ ମହାରାଷ୍ଟ୍ରକୁ ଆମ୍ବୁଲାନ୍ସ ଯୋଗେ ବେଆଇନ ଭାବେ ଗଞ୍ଜେଇ ଚାଲାଣ କରୁଥିବା ବେଳେ କାଲିମେଳା ପୋଲିସ ବଡ ଧରପକଡ କରିଛି । ଏହି ଘଟଣାରେ ୨୦୦ କେଜି ଗଞ୍ଜେଇ ସହ ଗୋଟିଏ ଆମ୍ବୁଲାନ୍ସ ଜବତ କରାଯାଇଥିବା ବେଳେ ୨ ଜଣଙ୍କୁ ଗିରଫ କରାଯାଇଛି । ବୁଧବାର ରାତିରେ କାଲିମେଳା ପୋଲିସ କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ବେଳେ ସୁଧାକୋଣ୍ଡା ଗ୍ରାମ ନିକଟରେ ଗୋଟିଏ ସନ୍ଦେହଜନକ ଆମ୍ବୁଲାନ୍ସକୁ ଅଟକାଇଥିଲେ ।

ଯାଞ୍ଚ ସମୟରେ ଆମ୍ବୁଲାନ୍ସ ଭିତରୁ ୨୦୦ କେଜି ଗଞ୍ଜେଇ ଥିବା ଜଣାପଡିଥିଲା । ମହାରାଷ୍ଟ୍ର ରେଜିଷ୍ଟ୍ରେସନ୍ ନମ୍ବର MH-04H-0997 ଥିବା ଫୋର୍ସ କମ୍ପାନୀ ଆମ୍ବୁଲାନ୍ସ ଯୋଗେ ମାଲକାନଗିରିରୁ ମହାରାଷ୍ଟ୍ରକୁ ଗଞ୍ଜେଇ ଚାଲାଣ କରାଯାଉଥିବା ମାଲକାନଗିରି ଏସଡିପିଓ ଦିବ୍ୟରଞ୍ଜନ ଦଳେଇ ଓ କାଲିମେଳା ଥାନା ଅଧିକାରୀ ପ୍ରଭୁ ଦତ୍ତ ବିଶ୍ବାଳ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ସୋମନାଥ ସାହେବରାଓ ଘାଲ୍ (୩୧) ଓ ସୌରଭ ନିର୍ମଳ (୨୯) ଉଭୟ ମହାରାଷ୍ଟ୍ର ଅଞ୍ଚଳର ହୋଇଥିବା ବେଳେ ତାଙ୍କ ଠାରୁ ୨୦୦ କେଜି ଗଞ୍ଜେଇ,ଗୋଟିଏ ଫୋର୍ସ କମ୍ପାନୀ ଆମ୍ବୁଲାନ୍ସ ଏବଂ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରିଛି ପୋଲିସ । ଏ ସମ୍ପର୍କରେ କାଲିମେଳା ଥାନାରେ କେସ ନଂ- ୧୮୦/୨୬ ଏନଡିପିଏସ ଆଇନର ଧାରା ଅନୁସାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.