ମିଡିଆକିଆ ପଞ୍ଚାୟତ ରେ “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ

add-all

ବାଲିଗୁଡା : ଦେଶପ୍ରେମ, ଜାତୀୟତାବୋଧ ଓ ଦେଶର ଗୌରବମୟ ତ୍ରିରଙ୍ଗା ପ୍ରତି ସମ୍ମାନର ବାର୍ତ୍ତା ନେଇ ୮୦ ତମ ସ୍ୱାଧୀନତା ଦିବସ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡିଆକିଆ ପଞ୍ଚାୟତ ନୁଆସାହି ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ” ହର ଘର ତ୍ରିରଙ୍ଗା ” କାର୍ଯ୍ୟକ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜଗଦୀଶ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l

ଏ ନେଇ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ସେଲଫି ପଏଣ୍ଟ କରିବା ସହ ପ୍ରତିଯୋଗିତା ଆୟୋଜନ କରି କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଏଥିରେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ଓ ଅଭିଭାବକ ସାମିଲ ହୋଇ ଦେଶପ୍ରେମର ନିଆରା ପରିବେଶ ସୃଷ୍ଟି କରିଥିଲେ। ଏଥିରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଫିଲିପ କୁମାର ଦିଗାଳ ଙ୍କ ସମେତ ବିଦ୍ୟାଳୟ ର ସହକାରୀ ଶିକ୍ଷୟତ୍ରୀ କିମନ୍ତି ମଳିକ,ସରୋଜିନୀ ମଳିକ, ଶିଶୁ ସେବିକା ତପସ୍ୱିନୀ ପୂଜାରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.