ଓଡିଶା ପ୍ରାକୃତିକ ବିପର୍ଯ୍ୟୟ ଓ ପରିଚାଳନା ଅଧିକାରୀଙ୍କ ଦିନିକିଆ ନବରଙ୍ଗପୁର ଜିଲ୍ଲା ଗସ୍ତ

add-all

ନବରଙ୍ଗପୁର : ଓଡିଶା ପ୍ରାକୃତିକ ବିପର୍ଯ୍ୟୟ ଓ ପରିଚାଳନା ଅଧିକାରୀ ଡଃ ରାକେଶ ରଞ୍ଜନ ଠାକୁରଙ୍କ ଦିନିକିଆ ନବରଙ୍ଗପୁର ଜିଲ୍ଲା ଗସ୍ତ କରି ନବରଙ୍ଗପୁର ଜିଲ୍ଲାରେ ଥିବା ଦଶ ଗୋଟି ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ପରିଦର୍ଶନ କରିଛନ୍ତି | ଏହିସବୁ ବନ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକ ହେଲା ଚନ୍ଦାହାଣ୍ଡି ବ୍ଲକରେ ଥିବା ସାଲେବିଡ଼ି, ନବରଙ୍ଗପୁର ବ୍ଲକର ବାଘସିଉନି , ପୂଜାରିଗୁଡା, ସିନ୍ଧିଗାଁ, ପାପଡାହାଣ୍ଡି ବ୍ଲକ ର ମୋକିଆ, ଉମରକୋଟ ବ୍ଲକର ବେହେଡା, ବାଟିବେଡା, ସିଙ୍ଗିସାରି, ନବରଙ୍ଗପୁର ପୋୖରାଞ୍ଚଳର ଦଶହରାପଦା ଏବଂ ଉମରକୋଟ ପୋୖରାଞ୍ଚଳ ଥିବା ସମସ୍ତ ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ |

ଡ଼ଃ ରାକେଶ ରଞ୍ଜନ ଠାକୁର ବନ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକ ପରିଦର୍ଶନ କରି ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ବିଭିନ୍ନ ସାମଗ୍ରୀ ଏବଂ ପାରିପାର୍ଶ୍ବିକ ଅବସ୍ଥା କୁ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ସମୟରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ମୌସୁମୀ ନାୟକ, ଉମରକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୋୖରାଞ୍ଚଳ ଉମରକୋଟ, ରାମଚନ୍ଦ୍ର ମାଝୀ, ବରିଷ୍ଠ ରାଜସ୍ୱ ସହାୟକ, ତ୍ରିପତି ବାଲାଜୀ ସାହୁ, ରାମଶଙ୍କର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.