ବ୍ରହ୍ମପୁରୀ ପାଟ ପିନ୍ଧି ହୃଷୀକେଶ ସୁଦୀପ୍ତା ଇଫିଲ ଟୱାର ପ୍ୟାରିସରେ ପାଳିଲେ ସ୍ୱାଧିନତା ଦିବସ

Independence

ବ୍ରହ୍ମପୁର : ଇଣ୍ଡିଆ ବୁକ ରେକର୍ଡସ ଦ୍ୱାରା ମାନ୍ୟତା ପ୍ରାପ୍ତ ଭାରତର ଏକମାତ୍ର ଉପସ୍ଥାପକ ଦମ୍ପତ୍ତି ବ୍ରହ୍ମପୁର ଋ ହୃଷୀକେଶ ଓ ସୁଦୀପ୍ତା ପ୍ୟାରିସ ଠାରେ ପାଳନ କରିଛନ୍ତି ୮୦ ତମ ସ୍ୱାଧିନତା ଦିବସ। ଏହି ବିରଳ ସ୍ମରଣୀୟ ମୁହୁ୍ର୍ତ୍ତ ଆୟୋଜିତ ହୋଇଥିଲା ପ୍ୟାରିସ ର ବିଶ୍ୱ ପ୍ରସିଦ୍ଧ ଐତିହ୍ୟ ସ୍ଥଳୀ “ ଇଫିଲ ଟୱାର ପାଖରେ। ଆମେସବୁ ତରଫରୁ ପାଳିତ ଏହି ଐତିହାସିକ ମୁହୂର୍ତ୍ତ ରେ “ଆମେସବୁ” ର ଏମ୍. ଡି. ସଂହିତା ପାଣିଗ୍ରାହୀ ଏବଂ ପ୍ୟାରିସ ସ୍ଥିତ ଫେସନ ଟେକନୋଲୋଜିଷ୍ଟ ସୁହୃଦ ପାଣିଗ୍ରାହୀ ଯୋଗ ଦେଇ ବନ୍ଦେମାତାରମ ସମୁହ ଗାନ କରିଥିଲେ। ଯୁବ ନୃତ୍ୟ ଶିଳ୍ପୀ ସଂହିତା ସମଗ୍ର ବିଶ୍ୱ ବାସୀଂକୁ ପ୍ରଣାମ ଜଣାଇଥିଲେ ।

ଏଠି ଉଲ୍ଲେଖ କରା ଯାଇ ପାରେ ଯେ, ପୂର୍ବ ରୁ ହୃଷୀକେଶ ସୁଦୀପ୍ତା ବିଭିନ୍ନ ଜାତୀୟ ଓ ଅନ୍ତର୍ଜାଚୀୟ ମଂଚରେ ବ୍ରହ୍ମପୁରୀ ପାଟ ର ସୁନ୍ଦର ଉପସ୍ଥାପନା କରି ଆସିଛନ୍ଟି ।

ad-week
Leave A Reply

Your email address will not be published.