ଗୁଳି ମାଡ଼ କରି ଲୁଟିନେଲେ ବାଇକ, ଯୁବକ ଗୁରୁତର

Independence

ଟାଙ୍ଗି : ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ପଟିଆ ପାଇକ ସାହିରେ ଗୁଳି ଫୁଟାଇ ଲୁଟ ।  ଗୁଳି ଫୁଟାଇ ଲୁଟି ନେଇଗଲେ ଦାମୀ ବାଇକ । ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଯୁବକ ଗୁରୁତର ହୋଇ ପଡ଼ିଛନ୍ତି ।  ଗୁରୁତର ଯୁବକଙ୍କ ନାମ ପିଣ୍ଟୁ ନାୟକ, ବୟସ ୨୪ ବର୍ଷ ।  ଘର ନୟାଗଡ଼ ଜିଲ୍ଲା ପଟିଆ ପାଇକ ସାହି ।  ଗାଁ ନିକଟରେ ଥିବା ବନ୍ଧକୁ ପିଣ୍ଟୁ ଶୌଚ ହେବାକୁ ଯାଇଥିଲେ ।

ଏହି  ସମୟରେ ଦୁର୍ବୃତ୍ତମାନେ ଗୋଟିଏ ବାଇକରେ ଆସି ଯୁବକ ଜଣକୁ ବାଇକ ଚାବି ମାଗିଥିଲେ ।  ପିଣ୍ଟୁ ବାଇକର ଚାବି ନ ଦେବାରୁ ସେମାନେ ପ୍ରଥମେ ଗୋଟେ ଗୋଡ଼କୁ ଗୁଳି କରିଥିଲେ ।  ଏହା ପରେ ବି ପିଣ୍ଟୁ ଚାବି ଦେଇନଥିଲେ ।  ତେଣୁ ଦୁର୍ବୃତ୍ତମାନେ ପିଣ୍ଟୁର ଆଉ ଗୋଟେ ଗୋଡ଼କୁ ଗୁଳି ମାରିଥିଲେ ।  ଏଥିରେ ଗୁରୁତର ହୋଇ ପଡ଼ିଥିଲେ ପିଣ୍ଟୁ ।

ଦୁର୍ବୃତ୍ତମାନେ ସେଠାରୁ ପିଣ୍ଟୁଙ୍କର ୟମାହା ବାଇକ ନେଇ ଚମ୍ପଟ ମାରିଥିଲେ ।  ପିଣ୍ଟୁଙ୍କର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥକରେ ପହଁଚି ଚାନ୍ଦପୁର ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଁଚି ଘଟଣାର ତଦନ୍ତ କରୁଛି, ପିଣ୍ଟୁକୁ ଚାନ୍ଦପୁର ମେଡିକାଲରେ ଭର୍ତ୍ତ କରାଯାଇଛି ।  ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଚାନ୍ଦପୁର ପୋଲିସ ଦୁର୍ବୃତ୍ତଙ୍କର ଟେର ପାଇ ନାହିଁ।

ad-week
Leave A Reply

Your email address will not be published.