
ରାଜନଗର : ନେତାଙ୍କୁ କାମୁଡ଼ିଲା ସାପ । ବନ୍ୟା ଅଞ୍ଚଳରେ ବୁଲୁଥିବା ବେଳେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ କାମୁଡ଼ିଲା ସାପ । ରାଜନଗର ମେଡିକାଲରେ ଅଂଶୁମାନ ମହାନ୍ତିଙ୍କ ଚାଲିଛି ଚିକିତ୍ସା । ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି । ମେଡ଼ିକାଲରେ ତାଙ୍କୁ ଅବଜରଭେସନରେ ରଖାଯାଇ ଚିକିତ୍ସା କରାଯାଉଛି । ପଟ୍ଟାମୁଣ୍ଡାଇ ବାଛରା ମଣ୍ଡପଡାରେ ବନ୍ୟାଞ୍ଚଳ ବୁଲୁଥିବା ବେଳେ କାମୁଡ଼ିଛି ସାପ । ବ୍ରାହ୍ମଣୀରେ ବନ୍ୟା ଯୋଗୁ ରାଜନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି । ଲକ୍ଷାଧିକ ଲୋକେ ପ୍ରଭାବିତ ହୋଇଛନ୍ତି ।
