
ଭୁବନେଶ୍ୱର: ଖରିଫ ଋତୁ ପାଇଁ ୭ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିସାରିଲେଣି । ଏନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଆହୁରି କହିଛନ୍ତି, ଏହି ପ୍ରକ୍ରିୟାକୁ ସରଳ କରାଯାଇଛି । କୌଣସି ପ୍ରକାରର ବାଧା ନାହିଁ । କାଲି ଗୋଟିଏ ଦିନରେ ୧ ଲକ୍ଷ ୨୦ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି । ଅଗଷ୍ଟ ୩୧ ତାରିଖ ସୁଦ୍ଧା ଚାଷୀମାନେ ପଞ୍ଜୀକରଣ କରିନିଅନ୍ତୁ । ଆବଶ୍ୟକୀୟ ଦସ୍ତାବିଜ ନେଇ ପ୍ୟାକ୍ସ, ଲ୍ୟାମ୍ପ୍ସରେ ପଞ୍ଜୀକରଣ କରିନିଅନ୍ତୁ ।
ସମସ୍ତ ଚାଷୀଙ୍କର ପଞ୍ଜୀକରଣ କରାଯିବ ଏବଂ ସମସ୍ତଙ୍କ ଧାନ କିଣାଯିବ। ଅଗଷ୍ଟ ୩୧ ସୁଦ୍ଧା PACS ଓ LAMPSରେ ଆବଶ୍ୟକ ଦସ୍ତାବିଜ ସହ ପଞ୍ଜୀକରଣ କରିବାକୁ ଚାଷୀଙ୍କୁ ମନ୍ତ୍ରୀ ଦେଇଛନ୍ତି ପରାମର୍ଶ।
