ଥାନା ଓ ଡାକ୍ତର ଖାନାରେ ଗୋଦି ମିଡ଼ିଆ ପରିଚୟ ଦେଇ ବିଭିନ୍ନ କାର୍ଯ୍ୟରେ ହସ୍ତକ୍ଷେପ……!

Independence

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହରରେ ସଞ୍ଜ ନଇଁଲେ ଡାକ୍ତର ଖାନା ଠାରୁ ଆରମ୍ଭ କରି ଥାନା ଗୁଡିକରେ କିଏ ନିଜକୁ ସମାଜ ସେବୀ କିଏ ଗୋଦି ମିଡ଼ିଆ ର ପରିଚୟ ଦେଇ ବିଭିନ୍ନ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ଯୋଗୁଁ ସରକାରୀ କର୍ମଚାରୀ ଅଣନିଶ୍ୱାସୀ ହୋଇଥିବା ଲକ୍ଷ କରାଯାଇଛି। ସନ୍ଧ୍ୟା ହେଲେ ଦୁଇ ଚକିଆ ଯାନବାହାନ ରେ କଣ ଖବର ଅଛି ବାହାନା କରି ଡାକ୍ତର ଖାନା ସମେତ ଥାନାରେ ଅବାଧ ରେ ପ୍ରବେଶ କରି ବିଭିନ୍ନ ସମସ୍ୟା ରେ ହସ୍ତକ୍ଷେପ କରିବା ସହ ବାଃ ବାଃ ନେଉଥିବା ଅଭିଯୋଗ ହେଉଛି।

କିଛି ଦୁଇ ଚକିଆ ଚକାଚକ୍ ଗାଡ଼ିରେ ପ୍ରେସ ଲେଖା ଥିବା ଦେଖିବାକୁ ମିଳୁଛି। କୌଣସି ଖବର ପ୍ରେସକୁ ଦେବାକୁ ଥିଲେ ପୋଲିସ ପକ୍ଷରୁ ଗ୍ରୁପ ମାଧ୍ୟମରେ ପ୍ରତି ଦିନ ନିୟୁଜ ବ୍ରିଫିଙ୍ଗ କରାଯାଉଛି। ହେଲେ ଗୋଦି ମିଡ଼ିଆ ଭାଉ ଦେଖାଇବାକୁ ପୋଲିସ ର ମିତ୍ର ବନିବାକୁ ଥାନାରେ ଅବାଧ ରେ ପ୍ରବେଶ କରି ବାଃ ବାଃ ମାରୁଥିବା ଜଣାପଡିଛି। ଦୀର୍ଘ ଘଣ୍ଟା ଥାନା ରେ ରହିବା ପରେ ପୋଲିସ ଘଉଡ଼େଇବା ପର୍ଯ୍ୟନ୍ତ ଲଜ୍ୟାହୀନ ଭାବେ ବସିରହୁଥିବା ଦେଖିବାକୁ ମିଳୁଛି।

ad-week
Leave A Reply

Your email address will not be published.