ରକ୍ତ ପରୀକ୍ଷା ପାଇଁ କରାଯିବ ଟୋକୋନ୍ ବ୍ୟବସ୍ଥା, ଆଉ ଘଣ୍ଟାଘଣ୍ଟା ଠିଆ ହେବେ ନାହିଁ ରୋଗୀ

Independence

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ରକ୍ତ ପରୀକ୍ଷା ପାଇଁ ଆଉ ଧାାଡିରେ ଘଣ୍ଟା ଘଣ୍ଟା ଠିଆ ହେବାକୁ ପଡ଼ିବ ନାହିଁ । ସେଥିପାଇଁ ପାଥୋଲୋଜି ବିଭାଗରେ ନିର୍ମାଣ ଚାଲିଛି ସ୍ୱତନ୍ତ୍ର ରକ୍ତ ପରୀକ୍ଷା ୟୁନିଟ୍ । ସେଠାରେ ପ୍ରାୟ ୨୫୦ରୁ ଅଧିକ ରୋଗୀଙ୍କୁ ବସିବା ପାଇଁ ଚୌକି ବ୍ୟବସ୍ଥା କରାଯିବ । ସେଠାରେ ଫ୍ୟାନ୍ ବ୍ୟବସ୍ଥା ସହ ଏସି ବି ରହିବ ।

ଏଥିସହ ରୋଗୀଙ୍କ ପାଇଁ ଟୋକୋନ୍ ବ୍ୟବସ୍ଥା କରାଯିବ । ଯେଉଁ ରୋଗୀଙ୍କ ନାମ ଡକାଯିବ, ସେ ପରୀକ୍ଷା ପାଇଁ ରକ୍ତ ସଂଗ୍ରହ ଗୃହକୁ ଆସିବେ । ଏହାଛଡା ରୋଗୀଙ୍କୁ ଶୀଘ୍ର ସେବା ଯୋଗାଇ ଦେବା ଲାଗି ଆଉ ଅଧିକ କାଉଣ୍ଟର ମଧ୍ୟ କରାଯିବ ।

ସୂଚନଥାଉକି, ହସ୍ପିଟାଲରେ ଦୈନିକ ପ୍ରାୟ ୩ ହଜାର ରୋଗୀଙ୍କ ପରୀକ୍ଷା ଭାର ୬ଟି ପାଥୋଲୋଜି କାଉଣ୍ଟର ଉପରେ ପଡୁଛି । ରୋଗୀ ଘଣ୍ଟା ଘଣ୍ଟା ଧାଡ଼ିରେ ଠିଆହୋଇ ଯନ୍ତ୍ରଣା ଭୋଗୁଛନ୍ତି । ଖରା,ବର୍ଷା ଓ ଶୀତରେ ଅନେକ କଷ୍ଟ ପାଉଛନ୍ତି । ଏଭଳି ଯନ୍ତ୍ରଣାଦାୟକ ସ୍ଥିତି କତ୍ତୃପକ୍ଷଙ୍କ ନଜରକୁ ଆସିଥିଲା । ଏବେ ରୋଗୀଙ୍କ ସୁବିଧା ନିମନ୍ତେ ବ୍ୟବସ୍ଥା ଆରମ୍ଭ ହୋଇଛି ।

ad-week
Leave A Reply

Your email address will not be published.