ଓଡିଶା ପୁଲିସ ମହାନିର୍ଦେଶକଙ୍କ ସ୍ୱାଭିମାନରେ ମାଓ ଅଞ୍ଚଳ ଗସ୍ତ ଓ ନିର୍ବାଚନ ସମୀକ୍ଷା

add-all

ମାଲକାନଗିରି ଚିତ୍ରକୋଣ୍ଡା (୧୧/୦୨) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱଭିମାନଞ୍ଚଳର ହନ୍ତାଳଗୁଡ଼ା ଓ ଯୋଡ଼ାମ୍ବ ବିଏସଏଫ କ୍ୟାମ୍ପ ରେ ଓଡିଶା ପୁଲିସ ମହାନିର୍ଦେଶକ ସୁନୀଲ ବଂଶଲ। ହନ୍ତାଳଗୁଡ଼ା ବିଏସଏଫ କ୍ୟାମ୍ପ ଠାରେ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ଅବତରଣ କରିବା ପରେ ସେଠାରେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ସୁପରିଚାଳନା ନିମନ୍ତେ ବିଏସଏଫ ଯବାନଙ୍କ ସହ ମିଶି ଆଲୋଚନା କରିବା ସହିତ ମାଓ ଗତିଵିଧି ର ସମୀକ୍ଷା କରି ବିଏସଏଫ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ । ସ୍ୱାଭିମାନ ଅଞ୍ଚଳ ରେ ବିକାଶ ମୂଳକ କାମକୁ ଏବଂ ଜନସାଧାରଣ ସହଯୋଗକୁ ପ୍ରଶଂସା କରିଥିଲେ l

ଉକ୍ତ ସ୍ୱାଭିମାନ ଅଞ୍ଚଳରେ ପଂଚାୟତ ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳା ସହ ସୁରୁଖୁରୁରେ କରାଯାଇପାରିବ ସେ ନେଇ ଅଧିକାରୀଙ୍କ ସହ ମିଶି ରଣନୀତି ପ୍ରସ୍ତୁତ କରିବା ନେଇ ଆଲୋଚନା ମଧ୍ୟ କରିଥିଲେ। ଡିଜିପି ଙ୍କ ସହ ଗ୍ରସ୍ତ କରିଥିଲେ ଆଇଜିପି ଅପରେସନ ଅମିତାଭ ଠାକୁର, ଆଡିସନାଲ ଇଣ୍ଟିଲଜେନସ ଲଳିତ ଦାସ , ବିଏସଏଫ ଡିଆଇଜି ସଞ୍ଜୟ କୁମାର ସିଙ୍ଗ। ଓଡିଶା ପୁଲିସ ମହାନିର୍ଦେଶକ ପ୍ରଥମ ଥର ସ୍ୱାଭିମାନ ଆସିଥିବାରୁ ବହୁତ ଆନନ୍ଦିତ ହେବା ସହିତ ଗ୍ରାମବାସୀ ଙ୍କ ସହିତ ମିଶି ସ୍ୱାଭିମାନ ଅଞ୍ଚଳ ବିକାଶ ଉପରେ ଆଲୋଚନା କରିଥିଲେ l ପଞ୍ଚାୟତ ନିର୍ବାଚନ ପାଇଁ ଉକ୍ତ ଅଞ୍ଚଳ କୁ ଘନ ଘନ ବିଭିର୍ନ ପୁଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କ ଗ୍ରସ୍ତ ଦେଖିବାକୁ ମିଳୁଛି l ଉକ୍ତ ଅଞ୍ଚଳ କୁ ଗଲା ଡ଼ିସେମ୍ବର ମାସ 30 ତାରିଖରେ ବିଏସଏଫ ଡିଜି ପଙ୍କଜ କୁମାର ସିଂ ସ୍ୱଭିମାନଞ୍ଚଳ ଗ୍ରସ୍ତ କରିଥିଲେ । ମାଓ ସ୍ଥିତି ସମୀକ୍ଷା କରିଥିଲେ l ଉକ୍ତ ଚିତ୍ରକୋଣ୍ଡା ସ୍ୱାଭିମାନ ତଥା ଉପାନ୍ତ ଅଞ୍ଚଳରେ କିଭଳି ଶାନ୍ତିପୂର୍ଣ ନିର୍ବାଚନ ହେବ ସେଥିପାଇଁ ପୁଲିସ ମହାନିର୍ଦେଶକ ସୁନୀଲ ବଂଶଲ,ବିଏସଫ ଅଧିକାରୀ ଏବଂ ବିଏସଏଫ ଯବାନ ମାନଙ୍କ ସହ ଆଲୋଚନା କରି ତାଙ୍କ ମନୋବଳ କୁ ବଢ଼ାଇଥିଲେ l

ad-week
Leave A Reply

Your email address will not be published.