ଅନୁଗୁଳରେ ସ୍କ୍ରବ୍ ଟାଇଫସ୍ ଆତଙ୍କ : ଜଣେ ମୃତ, ୧୦ରୁ ଅଧିକ ଆକ୍ରାନ୍ତ, ସ୍ଥିତି ଅନୁଧ୍ୟାନ କରୁଛି ୫ ଜଣିଆ ବିଶେଷଜ୍ଞ ଟିମ୍

Independence

ଅନୁଗୁଳ : ଅନୁଗୁଳ ପାଲଲହଡ଼ାରେ ସ୍କ୍ରବ୍ ଟାଇଫସ୍ ଆତଙ୍କ, ଜଣଙ୍କ ମୃତ୍ୟୁ ଅଭିଯୋଗ । ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ୍ ସାନବାଘଧରି ଗାଁରେ ବ୍ୟାପିଲା ସ୍କ୍ରବ୍ ଟାଇଫସ୍ ଭୟ । ରୋଗରେ ଆକ୍ରାନ୍ତ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ହେଲେ ଗାଁର ସୁମନ୍ତ ସେଠୀ । ପ୍ରାରମ୍ଭରେ ତାଙ୍କର ଜ୍ୱର, ମୁଣ୍ଡବିନ୍ଧା ଏବଂ ଦେହହାତ ବିନ୍ଧିବା ଭଳି ଲକ୍ଷଣ ଦେଖାଦେଇଥିଲା । ପରବର୍ତ୍ତୀ ସମୟରେ ପରୀକ୍ଷା ପରେ ଜଣାପଡ଼ିଥିଲା ଯେ ସେ ସଂକ୍ରମିତ ଚିଗର୍ ନାମ କୀଟ କାମୁଡ଼ିବା କାରଣରୁ ସ୍କ୍ରବ ଟାଇଫସ୍ ସଂକ୍ରମଣର ଶିକାର ହୋଇଥିଲେ । ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଦଶରୁ ଅଧିକ ଲୋକଙ୍କୁ ଚିକିତ୍ସା ନିମନ୍ତେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସ୍ଥିତି ଅନୁଧ୍ୟାନ ପାଇଁ ଗାଁରେ ପହଞ୍ଚିଲା ୫ ଜଣିଆ ବିଶେଷଜ୍ଞ ମେଡିକାଲ ଟିମ୍ । ସମସ୍ତ ଜ୍ୱର ପୀଡ଼ିତଙ୍କ ରକ୍ତ ନମୁନା ସଂଗ୍ରହ ସହ ଚାଲିଛି ଯାଞ୍ଚ ।

ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ଯେ ସ୍କ୍ରବ ଟାଇଫସ୍ ଆକ୍ରାନ୍ତ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିବାବେଳେ ୪ରୁ ୫ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଏବଂ ସଠିକ୍ ଔଷଧ ଦିଆଯାଉଛି । ଆକ୍ରାନ୍ତମାନଙ୍କୁ ଡାକ୍ତରୀ ଦଳଙ୍କ ତତ୍ତ୍ୱାବଧାନରେ ରଖାଯାଇଛି । ସେ ଆହୁରି ମଧ୍ୟ ଜଣାଇଛନ୍ତି ଯେ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଖପାଖ ଗ୍ରାମଗୁଡ଼ିକୁ ସତର୍କ କରାଯାଇଛି ଏବଂ ଆବଶ୍ୟକୀୟ ଡାକ୍ତରୀ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ad-week
Leave A Reply

Your email address will not be published.