୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ : ମାମଲାରେ ୬୦ ବର୍ଷିୟ ବୃଦ୍ଧ ଗିରଫ…

add-all

କୋରାପୁଟ : ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଜଣେ ୬ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ! ୬୦ବର୍ଷିୟ ବୃଦ୍ଧ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଫେରାର ହୋଇଥିବା ଅଭିଯୁକ୍ତ ଭାଲୁ ମାଡତାକୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ, ଶିଶୁକନ୍ୟାଟି ଘର ସମ୍ମୁଖରେ ଖେଳୁଥିଲା । ଏହି ସମୟରେ ଭାଲୁ ମାଡତା କିଛି ପ୍ରଲୋଭନ ଦେଖାଇ ଶିଶୁକୁ ଘର ଭିତରକୁ ଡାକି ନେଇଥିଲା।
ପରେ ଘର ଭିତରେ ଶିଶୁକନ୍ୟା ସହ ଦୁଷ୍କର୍ମ କରିଥିଲା। ଏହାସହ କାହାକୁ କିଛି କହିବୁ ନାହିଁ କହି ଭୟଭୀତ ଦେଖାଇ ଛାଡି ଦେଇଥିଲା। ବୁଧବାର ଶିଶୁ କନ୍ୟାଟିର ସ୍ବାସ୍ଥ୍ୟବସ୍ଥା ଖରାପ ହୋଇପଡିଥିଲା । ମା ଝିଅକୁ ପଚରାଉଚୁରା କରିବା ପରେ ସମସ୍ତ କଥା ଜଣାପଡିଥିଲା। ଏନେଇ ଲକ୍ଷ୍ମୀପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଗିରଫ କରିବା ସହ ଉଭୟଙ୍କୁ ଡାକ୍ତରୀମାଇନା କରାଯାଇଛି । ପରେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ଏପରି ସମ୍ବେଦନଶୀଳ ଘଟଣା ଘଟାଇଥିବା ଅଭିଯୁକ୍ତକୁ ଉଚିତ ଦଣ୍ଡ ଦିଆଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।

ad-week
Leave A Reply

Your email address will not be published.