କୋଟପାଡ଼ ସିଭିଲ କୋର୍ଟ ପରିସରରେ ଆଇନଜୀବୀଙ୍କ କର୍ମଶାଳା ଅନୁଷ୍ଠିତ

Independence

ଆଇନଗତ ବୃତ୍ତିରେ “ନୀତି ଶାସ୍ତ୍ର ଏବଂ ନୈତିକତା” ବିଷୟରେ ଆଇନର ବ୍ୟାଖ୍ୟା

କୋରାପୁଟ /କୋଟପାଡ଼ : କୋରାପୁଟ ଜ଼ିଲ୍ଲାର କୋଟପାଡ଼ ସ୍ଥିତ ସିଭିଲ କୋର୍ଟ ପରିସରରେ ଆଇନ ଜୀବିମାନଙ୍କ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଜୟପୁର ସେମିନାର କମିଟି ତତ୍ତ୍ୱlଧାନରେ ଆୟୋଜିତ କର୍ମଶାଳାରେ କୋଟପାଡ଼ ଓକିଲ ସଂଘ ସଭାପତି ମଣିପ୍ରସାଦ ପଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ଓଡିଶା ହାଇକୋର୍ଟର ଜଷ୍ଟିସ ଚିତ୍ତରଞ୍ଜନ ଦlଶ,ପ୍ରଶାସନିକ ବିଚାରପତି,କୋରାପୁଟ ବିଚାରପତି ପଦବି,(ବିଚାରପତି, ଓଡିଶା ହାଇକୋର୍ଟ )ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ମଶାଳାର ଉଦ୍ଘାଟନ କରିଥିଲେ ଏବଂ ଆଇନଗତ ବୃତ୍ତିରେ “ନୀତିଶାସ୍ତ୍ର ଏବଂ ନୈତିକତା” ସମ୍ପର୍କରେ ଉଦବୋଧନ ପ୍ରଦାନ କରି ସମସ୍ତେ ଆଇନଜୀବୀ ନୀତି ଏବଂ ନୈତିକତାକୁ ଅନୁସରଣ କରିବାକୁ ପ୍ରବର୍ତ୍ତାଇଥିଲେ l
କର୍ମଶାଳlରେ ସମ୍ମାନିତ ଅତିଥି ଭାବେ ପିତ୍ତା ରମେଶ ପାତ୍ର(ଓଡିଶା ରାଜ୍ୟ ବାର କାଉନସିଲ ସଭ୍ୟ)ବିଜୟ କୁମାର ରା ଏ ଜେନା ଦେଓ(ଜ଼ିଲ୍ଲା ଓକିଲ ସଂଘ ସଭାପତି, ଜୟପୁର ) ଜ଼ିଲ୍ଲା ଦୌରା ଏବଂ ସେସେନ୍ସ କୋର୍ଟ ମାଜିଷ୍ଟ୍ରେଟ ପ୍ରଦୀପ କୁମାର ମହାନ୍ତଙ୍କ ସମେତ ବିଭିନ୍ନ କୋର୍ଟର ମାଜିଷ୍ଟ୍ରେଟ ସ୍ୱତନ୍ତ୍ର ଅତିଥିଭାବେ ଯୋଗ ଦେଇଥିଲେ l
ଅନ୍ୟପକ୍ଷରେ ନବରଙ୍ଗପୁର, କୋରାପୁଟର ଶତାଧିକ ଆଇନଜୀବୀ ଏହି କର୍ମଶାଳାରେ ଯୋଗ ଦେଇଥିବା ବେଳେ ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ,କୋଟପାଡ଼ ପରିଷଦ ଅଧ୍ୟକ୍ଷ ଶଙ୍କର ରାଓ,ଓକିଲ ସଂଘ ସମ୍ପାଦକ ଅଜିତ ପଟନାୟକ, ସହ ସମ୍ପାଦକ ଚନ୍ଦ୍ରl ରାଓ,କୋଷାଧ୍ୟକ୍ଷ ଦୁର୍ଗା ସାହୁ,ଲାଇବ୍ରେରୀ ସମ୍ପାଦକ ଜ୍ଞାନେନ୍ଦ୍ର ପଟନାୟକ,ଆଇନଜୀବୀ ଗୁପ୍ତ ମହାନ୍ତି,ଆଇନଜୀବୀ ଶଙ୍କର ପଣ୍ଡା,ଆଇନଜୀବୀ ପଙ୍କଜ ପାତ୍ର,ନିମେଶ୍ବରୀ ପଟନାୟକ, ପୁଷ୍ପାଞ୍ଜଳି ପଟନାୟକ ପ୍ରମ୍ମୁଖ ଉପସ୍ଥିତ ରହିଥିଲେ l

ad-week
Leave A Reply

Your email address will not be published.