
କୋରାପୁଟ /କୋଟପାଡ଼ : ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ(ପିଷ୍ଟା) ତରଫରୁ କୋଟପାଡ଼ ସହରର ୱାର୍ଡ ନମ୍ବର ୮ର ଗୋଷ୍ଠୀ କେନ୍ଦ୍ରଠାରେ ସଂଗଠନର ସଭାପତି ସନ୍ତୋଷ କୁମାର ଦୁର୍ବେଙ୍କ ସଭାପତିତ୍ବରେ ଗୁରୁଦିବସ ପାଳନ କରାଯାଇଛି ।ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫୋଟଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣର ପର୍ବର ସମାପନ ପରେ ରାଧାକ୍ରିଷ୍ଣନଙ୍କ ସ୍ମୃତିଚାରଣ କରାଯାଇଥିଲା। ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସଂଗଠନ ତରଫରୁ ସମ୍ବର୍ଦ୍ଧିତ କରାଯିବା ସହ ସଂଗଠନକୁ ଅଧିକ ମଜୁବୁତ ଓ ସୁଦୃଢ କରିବାକୁ ଆହ୍ବାନ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାର ପ୍ରଧାନ, ଗୋପାଳ ସମରଥ ଓ ଡମ୍ବରୁଧର ପୂଜାରୀ ମଞ୍ଚାସୀନ ଥିବାବେଳେ ତିର୍ଥବାସୀ ଚୈଧୁରୀ, ସୁକାନ୍ତ ଭତ୍ରା,ସିନ୍ଧୁ ଭତ୍ରା, ପ୍ରହଲ୍ଲାଦ ନାୟକ, ଜଗନ୍ନାଥ ମାଝୀ ପ୍ରମୁଖ ସହଯୋଗ କରିଥିବାବେଳେ ଅନେକ ଶିକ୍ଷକ /ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ମଂଚ ପରିଚାଳନା ଶିକ୍ଷକ ବୈରି ଗଞ୍ଜନ ମହାଳିକଙ୍କ ଦ୍ୱାରା କରାଯାଇଥିଲା l
