ଜୟ ମା’ ବାସନ୍ତୀ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଦର୍ଶକଙ୍କ ପ୍ରବଳ ଭିଡ

Independence

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଏମଭି-୫୮ ଗ୍ରାମ ଖେଳ ପଡିଆରେ ଜୟ ମା’ ବାସନ୍ତୀ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିନରେ ଆଜି ଉତ୍ସାହର ସହ ପ୍ରବଳ ଦର୍ଶକ ଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା। ଆଜିର ମ୍ୟାଚ୍‌ରେ ପଡିଆ ଫୁଟବଲ କ୍ଳବ ଏବଂ ଗଣ୍ଡୱାନା ଫୁଟବଲ କ୍ଳବ ପରସ୍ପର କୁ ଭେଟିଥିଲେ। ପଡିଆ ଫୁଟବଲ କ୍ଳବକୁ ୨-୧ରେ ପରାସ୍ତ କରି ଗଣ୍ଡୱାନା ଫୁଟବଲ କ୍ଳବ ବିଜୟ ହାସଲ କରିଥିଲା। ଆଜିର ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ଅଶୋକ ମିଶ୍ର ଯୋଗ ଦେଇଥିଲେ। ଏଥିସମେତ ଉତ୍କଳ ସାମ୍ବାଦିକ ସଙ୍ଘ ସମ୍ପାଦକ ବି ଶ୍ରୀନିବାସ ପାତ୍ର, ମାଟେରୁ ସରପଞ୍ଚ ଲକ୍ଷ୍ମଣ ମାଡକାମୀ, ସାମ୍ବାଦିକ ସୁଧାଂଶୁ ଶେଖର ମହାନ୍ତି ଏବଂ ସାମ୍ବାଦିକ ସୌରଭ ମଣ୍ଡଳ ପ୍ରମୁଖ ମଞ୍ଚାସୀନ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଗ୍ରାମ କମିଟି ମୁଖ୍ୟ ମୋହନ ମଣ୍ଡଳ, ଗୌରପଦ ବିଶ୍ୱାସ, ମନିମହନ ମଣ୍ଡଳ, ହରିହର ଗାଇନ, କାର୍ତ୍ତିକ ରାୟ ପ୍ରମୁଖ ଉପସ୍ଥିତ ରହି ଏହି ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ। ଉପସ୍ଥିତ ଅତିଥିମାନେ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ଶୃଙ୍ଖଳା ଓ ଭାଇଚାରା ବୃଦ୍ଧିରେ ଏଭଳି ଆୟୋଜନର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ। ଟୁର୍ଣ୍ଣାମେଣ୍ଟକୁ ନେଇ ଏମଭି-୫୮ ସମେତ ଏହାର ଆଖପାଖ ଅଞ୍ଚଳର ଶହ ଶହ କ୍ରୀଡ଼ାପ୍ରେମୀ ବେଶ୍ ଉତ୍ସାହ ର ସହ କ୍ରୀଡା ର ମଜା ନେଇଥିଲେ।

ad-week
Leave A Reply

Your email address will not be published.