ଜିଲ୍ଲା କଂଗ୍ରେସ କମିଟି କନ୍ଧମାଳ ପକ୍ଷରୁ ୨୦୨୨ ପଞ୍ଚାୟତ ନିର୍ବାଚନ ଇସ୍ତାହାର ଉନ୍ମୋଚିତ

add-all

ଫୁଲବାଣୀ (୧୨/୦୨) : ଜିଲ୍ଲା କଂଗ୍ରେସ କମିଟି କନ୍ଧମାଳ ପକ୍ଷରୁ ୨୦୨୨ ପଞ୍ଚାୟତ ନିର୍ବାଚନ ଇସ୍ତାହାର ସ୍ଥାନୀୟ ଫୁଲବାଣୀ ଜିଲ୍ଲା ପ୍ରେସ କ୍ଲବ ଠାରେ ଉନ୍ମୋଚିତ ହୋଇଯାଇଛି । ଏ ନେଇ ଜ଼ିଲ୍ଲା ସଭାପତି ଅନାମ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ପ୍ରଭାରୀ ବିସ୍ମୟ ମହାପାତ୍ର, ପି ସି ସି ସମ୍ପାଦକ ଚନ୍ଦ୍ରଶେଖର ପରିଡା, ଜ଼ିଲ୍ଲା କଂଗ୍ରେସ ଡିଜିଟାଲ ଶାଖା ଅଧକ୍ଷ ନନ୍ଦ କିଶୋର ଦାସ, ପ୍ରମୁଖ ଉପସ୍ଥିତ ଥିଲେ l
ବିଶେଷ କରି ଏହି ଇସ୍ତାହାର ରେ ଆଦିବାସୀ ଙ୍କୁ ଜଙ୍ଗଲ ଜମି ଅଧିକାର, କୃଷିର ବିକାଶ, ରୋଜଗାର ବୃଦ୍ଧି, ଗମନା ଗମନ, ସଂଚାର, ଓ ଭିତ୍ତି ଭୂମିର ବିକାଶ, ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ସୁନିଶ୍ଚିତ କରିବା ନେଇ ପ୍ରଭାରୀ ବିସ୍ମୟ ମହାପାତ୍ର କହିଥିଲେ ।ସେହିପରି ଜ଼ିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ,ପାନୀୟ ଜଳ, ଗମନାଗମନ, ବିଦ୍ୟୁତ ସମସ୍ୟା ଆଦିମଧ୍ୟ ଦୂର କରିବା ଲାଗି ଉଦ୍ୟମ କରାଯିବ ବୋଲି ଜ଼ିଲ୍ଲା ସଭାପତି ଅନାମ ନାୟକ କହିଛନ୍ତି l ଜ଼ିଲ୍ଲାରେ ଏବେ ପୂର୍ବା ପେକ୍ଷା କଂଗ୍ରେସ ପ୍ରତି ଜନ ସମର୍ଥନ ବୃଦ୍ଧି ପାଉଛି ଫଳରେ ଅଠରଟି ଜ଼ିଲ୍ଲା ପରିଷଦ ଆସନ ମଧ୍ୟରୁ ପୁର୍ବ ନିର୍ବାଚନ ଅପେକ୍ଷା ଅଧିକ ଆସନରେ କଂଗ୍ରେସ ପ୍ରାର୍ଥୀ ମାନେ ବିଜୟି ହେବେ ବୋଲି ଅନାମ ନାୟକ ପ୍ରକାଶ କରଛନ୍ତି।

ad-week
Leave A Reply

Your email address will not be published.