ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କୁ ମିଳିବ ପ୍ରତିଷ୍ଠିତ ସ୍କଚ୍ ଆୱାର୍ଡ; ନୂଆଦିଲ୍ଲୀଠାରେ ହେବେ ସମ୍ମାନିତ

Independence

ମାଲକାନଗିରି : ପ୍ରଶାସନିକ ଦକ୍ଷତା ଏବଂ ଜନକଲ୍ୟାଣକାରୀ ଅଭିନବ ପ୍ରୟାସ କ୍ଷେତ୍ରରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଏକ ବଡ଼ ସଫଳତା ହାସଲ କରିଛି। ଜିଲ୍ଲାର ପ୍ରମୁଖ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ ପ୍ରଗତି ପଥେ ଯୁବ ମାଲକାନଗିରି ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରତିଷ୍ଠିତ ଜାତୀୟ ସ୍କଚ୍ ଆୱାର୍ଡ ପ୍ରଦାନ କରାଯିବ। ସ୍କଚ୍ ଗ୍ରୁପ୍ ପକ୍ଷରୁ କରାଯାଇଥିବା ସମସ୍ତ ଜଟିଳ ଓ ବହୁସ୍ତରୀୟ ମୂଲ୍ୟାୟନ ପ୍ରକ୍ରିୟାରେ ସଫଳ ହେବା ପରେ, ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କୁ ଏହି ପୁରସ୍କାର ସମ୍ପର୍କରେ ଆଧିକାରିକ ଭାବେ ଅବଗତ କରାଯାଇଛି। ଆସନ୍ତା ୨୦୨୬ ସେପ୍ଟେମ୍ବର ୨୬ ଅର୍ଥାତ୍ ଶନିବାର ଦିନ ନୂଆଦିଲ୍ଲୀର ଲୋଧି ରୋଡ୍ ସ୍ଥିତ ଇଣ୍ଡିଆ ହାବିଟାଟ୍ ସେଣ୍ଟରଠାରେ ଆୟୋଜିତ ହେବାକୁ ଥିବା ୧୧୦ତମ ସ୍କଚ୍ ସମିଟ୍‌ରେ ଜିଲ୍ଲା ପ୍ରଶାସନକୁ ଆନୁଷ୍ଠାନିକ ଭାବେ ଏହି ପୁରସ୍କାର ପ୍ରଦାନ କରାଯିବ।ଏହି ଗୌରବମୟ ସଫଳତା ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି ଯେ, ଏହି ଜାତୀୟ ସ୍ୱୀକୃତି ମାଲକାନଗିରିର ସମଗ୍ର କ୍ଷେତ୍ରସ୍ତରୀୟ ଟିମ୍‌ର ଅକ୍ଲାନ୍ତ ପରିଶ୍ରମ, ସ୍ଥାନୀୟ ଯୁବପିଢ଼ିଙ୍କ ସକ୍ରିୟ ସହଭାଗିତା ଏବଂ ଓଡ଼ିଶା ସରକାରଙ୍କ ନିରନ୍ତର ମାର୍ଗଦର୍ଶନର ପରିଣାମ ଅଟେ। ଏହି ପ୍ରୟାସ ଜିଲ୍ଲାର ଯୁବ ସମାଜକୁ ସଶକ୍ତ କରିବା ସହ ସେମାନଙ୍କୁ ପ୍ରଗତି ପଥରେ ଆଗେଇ ନେବାରେ ସହାୟକ ହୋଇଛି। ଏହି ପୁରସ୍କାର ଆଗାମୀ ଦିନରେ ଜିଲ୍ଲାବାସୀଙ୍କ ସେବା ଓ ବିକାଶମୂଳକ କାର୍ଯ୍ୟକୁ ଆହୁରି ଅଧିକ ତ୍ୱରାନ୍ୱିତ କରିବା ପାଇଁ ଆମକୁ ପ୍ରେରଣା ଯୋଗାଇବ।ଏହି ଅଦ୍ଭୁତପୂର୍ବ ସଫଳତା ପରେ ସମଗ୍ର ଜିଲ୍ଲାରେ ଏକ ଖୁସିର ଲହରୀ ଖେଳିଯାଇଛି। ଏକ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା, ପ୍ରେରଣାଦାୟୀ ନେତୃତ୍ୱ ଏବଂ ଜିଲ୍ଲାପାଳଙ୍କ ନିରନ୍ତର ମାର୍ଗଦର୍ଶନ ସହ ସମଗ୍ର ମାଲକାନଗିରି ଟିମ୍‌ର ଉତ୍ସର୍ଗୀକୃତ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହି ବଡ଼ ସଫଳତା ସମ୍ଭବ ହୋଇପାରିଛି ବୋଲି ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ପ୍ରକାଶ କରିଛନ୍ତି। ଏହି ଅଭିନବ ପ୍ରୟାସ, ସଫଳ ଯୋଜନା ଓ ଦୃଢ଼ ନେତୃତ୍ୱ ପାଇଁ ସମସ୍ତେ ଜିଲ୍ଲାପାଳଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇବା ସହ ଟିମ୍ ମାଲକାନଗିରିର ଏହି ଦୂରଦୃୃଷ୍ଟି, ନେତୃତ୍ୱ, ସହଭାଗିତା ଏବଂ ଶ୍ରେଷ୍ଠତାକୁ ଉଚ୍ଚ ପ୍ରଶଂସା କରିଛନ୍ତି।

ad-week
Leave A Reply

Your email address will not be published.