ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ

Independence

ବାଲିଗୁଡା,ତା, ୦୮/୦୯: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଖରିଫ ଚାଷ ପାଇଁ ସରକାର ଯୋଗାଇ ଦେଉଥିବା ମାଗଣାରେ ଆଳୁ ବିହନ ସ୍ଥାନୀୟ ଅଞ୍ଚଳର ଚାଷୀମାନଙ୍କୁ ଉନ୍ନତମାନର ଆଳୁ ବିହନ ଯୋଗାଇ ଦେଇ ଆଳୁ ଚାଷକୁ ପ୍ରୋତ୍ସାହିତ କରିବା ସହ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ଏହି ବିହନ ବଣ୍ଟନ କରାଯାଉଛି। ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ନିରଞ୍ଜନ ଦ୍ବିବେଦୀ, ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ଉପାଧ୍ଯକ୍ଷ ଧବଳେଶ୍ବର ପାତ୍ର, ଜିଲ୍ଲା ପରିଷଦ ସଭ୍ୟା ଅନୀତା ମଲ୍ଲିକ ଓ ସମାଜ ସେବୀ ପ୍ରମୋଦ କୁମାର ମଲ୍ଲିକ ଯୋଗ ଦେଇ ଚାଷୀମାନଙ୍କୁ ଆଳୁ ବିହନ ବିତରଣ କରିଛନ୍ତି। ଓଡ଼ିଶା ସରକାର ରାଜ୍ୟରେ ଆଳୁ ଉତ୍ପାଦନ ବୃଦ୍ଧି କରିବା ପାଇଁ ଚାଷୀ ମାନଙ୍କୁ ସଚେତନ ସହିତ ତାଲିମ ପ୍ରଦାନ ପୂର୍ବକ ଏକ ହେକ୍ଟର ପାଇଁ ୧୫୦୦ କେଜି ଓ ଦୁଇ ହେକ୍ଟର କରିଥିବା ହିତାଧିକାରୀ ମାନଙ୍କୁ ୧୫୦ କେଜି ଆଳୁ ବିହନ ସବସିଡି ଜରିଆରେ ଯୋଗାଇ ଦେଇଛନ୍ତି। ଏହା ବ୍ଲକର ୧୨୫ ହେକ୍ଟରରେ କରିବା ପାଇଁ ଉଦ୍ୟାନ ବିଭାଗ ଧାର୍ଯ୍ୟ କରିଥିବା ବେଳେ ପ୍ରାୟ ଏକ ହଜାର ଆଳୁ ଚାଷୀ ସୁବିଧା ସୁଯୋଗ ନେବା ପାଇଁ ସ୍ଥିର ହୋଇଛି। ଏହି ବ୍ଲକର ୧୪ ଟି ପଞ୍ଚାୟତର ବିଭିନ୍ନ ଦିନରେ ବଣ୍ଡଗୁଡା, ଚାଞ୍ଚେଡି, ଜିରିଡିକିଆ, ଗାନ୍ଦ୍ରିଗାଁ ଓ ମହାସିଙ୍ଗିର ପାରମ୍ପାରିକ ଆଳୁ ଚାଷୀମାନଙ୍କ ସହ କନ୍ଦିବାନ୍ଦା, ଗୁଞ୍ଜିଗାଁ, କମାଙ୍ଗି ଓ ସିର୍ତ୍ତିଗୁଡା ଭଳି ବିଭିନ୍ନ ଗ୍ରାମର ମହିଳା ସ୍ବୟଂସହାୟକ ଗୋଷ୍ଠୀ ଚାଷୀ ମାନଙ୍କୁ ସରକାର ଆଳୁ ବିହନ ପ୍ରୋତ୍ସାହନ ଦେଇ ଏବେ ସୁଦ୍ଧା ୪୫୦ କୁଇଣ୍ଟାଲ ବିତରଣ ହୋଇ ଥୂବା ଜଣାପଡିଛି। ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଉଦ୍ୟାନ ବିଭାଗର ସହକାରୀ ଉଦ୍ୟାନ କୃଷି ଅଧୂକାରୀ ବିଭୁଦତ୍ତ ବିଶ୍ବାଳଙ୍କ ନେତୃତ୍ୱରେ ପରିଚାଳନା ହୋଇ ଥ‌ିବା ବେଳେ ଉଦ୍ୟାନ ଓଭରସିୟର ବାବୁଲା ନାୟକ, ମାମି ମାଝି,ପ୍ରଦାନ ସଂସ୍ଥାର ଏସଏମଏସ ତପନ କୁମାର ଦତ୍ତ,ସ୍ଥାନୀୟ ଯୁବ କୃଷକ ରାଜେନ୍ଦ୍ର ମଲ୍ଲିକ ଓ ସରୋଜ କୁମାର ମହାନନ୍ଦ ବିତରଣ କାର୍ଯ୍ୟରେ ଉପସ୍ଥିତ ରହି ଚାଷୀମାନଙ୍କୁ ଆଳୁ ଚାଷର ବିଭିନ୍ନ ପଦ୍ଧତି, ବିହନ ସଂରକ୍ଷଣ, ରୋଗପୋକ ନିୟନ୍ତ୍ରଣ ଏବଂ ଉପଯୁକ୍ତ ସାର ଓ ଔଷଧ ପ୍ରୟୋଗ ସମ୍ପର୍କରେ ପରାମର୍ଶ ଦେଇଥିଲେ। ସରକାରୀ ସହାୟତାରେ ଉନ୍ନତମାନର ବିହନ ପାଇବା ଦ୍ୱାରା ଚାଷୀମାନେ ଉପକୃତ ହେବା ସହ ଆଳୁ ଚାଷରେ ଅଧିକ ଲାଭ ପାଇପାରିବେ ବୋଲି ବିଭାଗୀୟ ଅଧିକାରୀମାନେ ଆଶା ପ୍ରକାଶ କରିଛନ୍ତି। ଚାଷୀମାନେ ବିଭାଗୀୟ ଯୋଜନାର ସୁଯୋଗ ନେଇ ଅଧିକ ଜମିରେ ଆଳୁ ଚାଷ କରିବାକୁ ମଧ୍ୟ ଆହ୍ୱାନ ଦିଆଯାଇଛି।

ad-week
Leave A Reply

Your email address will not be published.